ଭାରତୀୟ ବାୟୁସେନାଙ୍କୁ ଷ୍ଟାର ଖେଳାଳିଙ୍କ ସଲାମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ମଙ୍ଗଳବାର ବଡିଭୋରରୁ ପାକିସ୍ତାନର ଆତଙ୍କବାଦୀ କେନ୍ଦ୍ର ଉପରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଗୁଡିକ ପକ୍ଷରୁ କରାଯାଇଥିବା ଦମଦାର ଆକ୍ରମଣର ସାରା ଦେଶ କରୁଛି ପ୍ରଶଂସା । ଦେଶର ବହୁ ଷ୍ଟାରଖେଳାଳି ଭାରତୀୟ ବାୟୁସେନାଙ୍କୁ ସୋସିଆଲ ମିଡିଆରେ କରିଛନ୍ତି ସଲାମ୍‌ । କି୍ରକେଟ ଲିଜେନ୍ଦ ତଥା ଭାରତରତ୍ନ ସଚିନ ତେନ୍ଦୁଲକର ଲେଖିଛନ୍ତି ଆମ ଭଦ୍ର ଆଚରଣକୁ କେହି ଦୁର୍ବଳତା ଭାବିବା ଉଚିତ୍‌ ନୁହେଁ । ମୁଁ ଭାରତୀୟ ବାୟୁସେନାଙ୍କୁ ସଲାମ୍‌ କରୁଛି । ଜୟ ହିନ୍ଦ । ସେହିପରି ବିସ୍ଫୋରକ ଓପନର ତାଙ୍କ ନିଆରା ଢଙ୍ଗରେ ପ୍ରଶଂସା କରି ଲେଖିଛନ୍ତି ପିଲାମାନେ ବଡ଼ ସୁନ୍ଦର ଭାବେ ଖେଳିଲେ । ସୁଧୁରି ଯାଅ ନହେଲେ ଆମେ ସୁଧାରି ଦେବୁ । ସ୍ପିନର ଚହଲ ଲେଖିଛନ୍ତି ବହୁତ ହାର୍ଡ ହୋଇଗଲା । ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହେୱାଲ ଲେଖିଛନ୍ତି ଭାରତୀୟ ବାୟୁସେନାଙ୍କୁ ମୋର ବଡ଼ ସଲାମ୍‌ । ଶ୍ରୀକାନ୍ତ ଲେଖିଛନ୍ତି ପ୍ରତି ଭାରତୀୟ ଆଜି ବାୟୁସେନା ସକାଶେ ଗର୍ବ ଅନୁଭବ କରୁଛି । ସେହିପରି ଶିଖର ଧାବନ ଲେଖିଛନ୍ତି ଠିକଣା ସମୟରେ ସାହସୀକ ପଦକ୍ଷେପ ନେଇଛନ୍ତି ଭାରତୀୟ ବାୟୁସେନା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*