ଭାରତୀୟ ପେସ୍‌ବାହିନୀର ଏହା ସୁବର୍ଣ୍ଣ ସମୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ସେମାନେ ଅତ୍ୟନ୍ତ ବେଗମାନ, ସେମାନେ ଅତ୍ୟନ୍ତ ଭୟ ସଂଚାରକାରୀ, ସେମାନେ ସବୁବେଳେ ସତେଜ ଆଉ ସେମାନେ ମ୍ୟାଚ୍‌ ବିଜୟକାରୀ । ହଁ ଆମେ ବର୍ତ୍ତମାନର ଭାରତୀୟ ପେସ୍‌ ବୋଲରମାନଙ୍କ ବିଷୟ କହିବା ପାଇଁ ଚାହୁଁଛୁ । ଭାରତୀୟ କି୍ରକେଟରେ କପିଲ ଦେବ, ଶ୍ରୀନାଥ ଏବଂ ଜାହିର ଖାଁଙ୍କୁ ଛାଡିଦେଲେ ଗତିବାନ ପେସ୍‌ ବୋଲରଙ୍କ ସଂଖ୍ୟା ଆଉ ନାହିଁ କହିଲେ ଚଳିବ । ଆମ ପାଖରେ ଏକ ସମୟରେ ସଂଖ୍ୟାଧିକ ପେସ୍‌ ବୋଲର କେବେ ବି ଆଗରୁ ନଥିଲେ । ହେଲେ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ବିରାଟ ପରିବର୍ତ୍ତନ ଘଟିଛି । ଭାରତୀୟ ଦଳ ସ୍ପିନ୍‌ ନୁହେଁ ପେସ୍‌ ବୋଲିଂକୁ ଆଧାର କରି ଜିତିଛୁ ଟେଷ୍ଟ ମ୍ୟାଚ୍‌ । ବାଂଲାଦେଶ ସିରିଜରେ ଉମେଶ, ସାମି ଏବଂ ଇଶାନ୍ତ ମିଳିତ ଭାବରେ ଯେଉଁ ଆକ୍ରମଣ କରିଥିଲେ ତାହା ଅତିତରେ କେବେ ଦେଖିବାକୁ ମିଳିନଥିଲା । ଏହି ତିନି ବୋଲରଙ୍କ ମିଳିତ ସଫଳତା ଆଭରେଜ୍‌ ହେଉଛି ୧୫.୧୬ । ଯାହା ଗତ ୬୭ ବର୍ଷର ଭିତରେ ଶ୍ରେଷ୍ଠ କ୍ୟାଲେନ୍ଦର ବର୍ଷର ସଫଳତା ବନିଛି । ଏହି ତିନି ଖେଳାଳିଙ୍କ ଷ୍ଟ୍ରାଇକରେଟ୍‌ ଅଭୁତପୂର୍ବ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*