ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ଖଣ୍ଡେରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ
ଭାରତର ଦ୍ୱିତୀୟ କାଲଭାରି ଶ୍ରେଣୀ ସବ୍‌ମରିନ୍‌ ଆଇଏନ୍‌ଏସ୍‌ ଖନେ୍ଦରି ଶନିବାର ଦିନ ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାରେ ସାମିଲ ହୋଇଛି । ସ୍ଥାନୀୟ ମଜଗାଓଁ ଡକ୍‌ରେ ଆୟୋଜିତ ଏକ ବିଶେଷ ଉତ୍ସବରେ ସାମିଲ ହୋଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଇଏନ୍‌ଏସ୍‌ ଖନେ୍ଦରିକୁ ନୌସେନାରେ ପ୍ରବେଶ କରାଇଥିଲେ । ଦାନ୍ତଧାରୀ ମାଛ ଯିଏ ଗଭୀର ସମୁଦ୍ରରେ ନିଜ ଶତ୍ରୁକୁ ଆକ୍ରମଣ କରିଥାଏ ଜୋରଦାର ଭାବରେ ସେଇ ମାଛର ନାଁରୁ ପ୍ରେରିତ ହୋଇ ଏହି ସବ୍‌ମରିନ୍‌ର ନାଁ ଖନେ୍ଦରି ରଖାଯାଇଛି । ଭାରତର ଏହା ଦ୍ୱିତୀୟ କାଲଭାରି ଶ୍ରେଣୀ ସବ୍‌ମରିନ୍‌ । ଫ୍ରାନ୍ସର ନୌସେନା ରକ୍ଷା ଏବଂ ଶକ୍ତି କମ୍ପାନୀ ପକ୍ଷରୁ ଡିଜାଇନ୍‌ କରାଯାଇଥିବା ଏହି ସବ୍‌ମରିନ୍‌ଟିକୁ ଏହି ମଜଗାଓଁ ଡକ୍‌ରେ ନିର୍ମାଣ କରାଯାଇଛି । ଏହି କାଲଭାରି ଶ୍ରେଣୀର ଆଉ ୪ଟି ସବ୍‌ମରିନ୍‌ ଭାରତରେ ନିର୍ମିତ ହେବ । ଉଭୟ ବିଦୁ୍ୟତ୍‌ ଏବଂ ଡିଜେଲରେ ଚାଲିପାରୁଥିବା ଏହି ସବ୍‌ମରିନ୍‌ରେ ଅତ୍ୟାଧୁନିକ ଜ୍ଞାନକୌଶଳର ସମାହାର ଅଛି । ଏଥିରେ କମ୍‌ ଶବ୍ଦ ବାହାରୁଥିବାରୁ ସମୁଦ୍ର ଭିତରେ ଶତ୍ରୁକୁ ଚମକାଇ ଦେବାର ଶକ୍ତି ଏହା ରଖିଛି । ଦୀର୍ଘ ଦୁଇବର୍ଷ ଧରି ଏହାର କଡ଼ା ଟ୍ରାଏଲ୍‌ ନିଆଯିବା ପରେ ଏହାକୁ ନୌସେନାରେ ପ୍ରବେଶ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ କାଲଭାରି ଶ୍ରେଣୀ ସବ୍‌ମରିନ୍‌ ମଧ୍ୟରୁ ପ୍ରଥମ ସବ୍‌ମରିନ୍‌ ୨୦୧୭ ଡିସେମ୍ବର ମାସରେ ଆଇଏନ୍‌ଏସ୍‌ କାଲଭାରି ନାଁରେ ଭାରତୀୟ ସେନାରେ ପ୍ରବେଶ କରାଯାଇ ସାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*