ଭାରତୀୟ କ୍ରିକେଟ୍‌ ଦଳର ବିଶ୍ୱକପ୍‌ ଜର୍ସି ଲୋକାର୍ପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ହାଇଦ୍ରାବାଦ
୧୯୮୩ ମସିହା ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳ ଧଳାରଙ୍ଗର ପୋଷାକରେ ଚମକି ଥିଲା । ସେଇ ଧଳାରଙ୍ଗର ପୋଷାକ ପ୍ରେରଣାର ସ୍ରୋତ ହୋଇ ରହିଛି ପରବର୍ତ୍ତୀ ଭାରତୀୟ ଦଳମାନଙ୍କ ସକାଶେ । ପରେ ନୀଳ ରଙ୍ଗର ଜର୍ସି ଭାରତୀୟ କ୍ରିକେଟ୍‌ ଦଳ ସୀମିତ ଓଭର ମ୍ୟାଚ୍‌ ପାଇଁ ପିନ୍ଧି ଆସୁଛନ୍ତି । ଆଉ ବିଶ୍ୱକପ୍‌ ବେଳକୁ ସେହି ନୀଳରଙ୍ଗର ଜର୍ସିରେ କିଛି କିଛି ପରିବର୍ତ୍ତନର ଛିଟା ଦେଖିବାକୁ ମିଳେ । ଶୁକ୍ରବାର ଭାରତୀୟ କ୍ରିକେଟ୍‌ ଦଳର ୨୦୧୯ ବିଶ୍ୱକପ୍‌ ଜର୍ସି ଲୋକାର୍ପିତ ହୋଇଛି । ବିଶ୍ୱର ଅନ୍ୟତମ ନାମୀ କ୍ରୀଡ଼ା ପୋଷାକ ତିଆରି ସଂସ୍ଥା ‘ନାଇକି’ ପକ୍ଷରୁ ଏହି ନୂଆ ଜର୍ସିର ଲୋକାର୍ପଣ ହୋଇଥିଲା । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ବର୍ତ୍ତମାନର ଅଧିନାୟକ ବିରାଟ କୋହଲି, ଟେଷ୍ଟ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଏବଂ ଯୁବ ଓପନର ପୃଥ୍ୱୀ ସ’ଙ୍କ ଉପସ୍ଥିତିରେ କରାଯାଇଛି ଲୋକାର୍ପଣ । ଭାରତୀୟ ଜର୍ସି ପିନ୍ଧିଲେ ମନ ଭିତରେ ଏକ ଅପୂର୍ବ ଉତ୍ସାହ ଭରିଯାଏ । ଯାହା ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରେରିତ ରକିଥାଏ ବୋଲି ଧୋନୀ ଏହି କାର୍ଯ୍ୟକ୍ରମରେ କହିଥିଲେ । ସେହିପରି ବିରାଟ କୋହଲି କହିଥିଲେ ଏହି ନୀଳ ରଙ୍ଗର ଜର୍ସି ସହ ଗର୍ବ ଓ ସମ୍ମାନ ଜଡ଼ିତ ହୋଇ ରହିଛି । ଏହାକୁ ହାସଲ କରିବା ପାଇଁ ପ୍ରତ୍ୟେକ ଯୁବା ଖେଳାଳି ବଡ଼ ମେହେନତ କରିବା ଦରକାର । ପୁରୁଷ ଦଳ ସହ ମହିଳା କ୍ରିକେଟ ଦଳର ମଧ୍ୟ ଜର୍ସି ଲୋକାର୍ପିତ ହୋଇଛି ଏକ ସଙ୍ଗରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*