ଭାରତୀୟଙ୍କ ନିଷ୍କ୍ରିୟ ଖାତାର କେହି ନାହାଁନ୍ତି ଦାବିଦାର ଜମା ଅର୍ଥ ଯାଇପାରେ ସ୍ୱିସ୍‌ ସରକାରଙ୍କ ପାଖକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ସୁଇଜରଲାନ୍ଦର ବିଭିନ୍ନ ବ୍ୟାଙ୍କରେ ଭାରତୀୟଙ୍କର ପାଖାପାଖି ୧୨ଟି ନିଷ୍କି୍ରୟ ଖାତା ପଡିରହିଛି । ବାରମ୍ବାର ନୋଟିସ୍‌ ସତ୍ୱେ କେହି ଦାବିଦାର ଆସୁନାହାଁନ୍ତି । ତେବେ ଆଶଙ୍କା ସୃଷ୍ଟି ହୋଇଛି ଯେ, ଖାତାରେ ଥିବା ଅର୍ଥ ସୁଇଜରଲାନ୍ଦ ସରକାରଙ୍କୁ ଟ୍ରାନ୍ସଫର ହୋଇପାରେ । ଏହି ଅର୍ଥରାଶି ପରିମାଣ ସମ୍ପର୍କରେ ଅଦ୍ୟାବଧି ତଥ୍ୟ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ସ୍ୱିସ୍‌ ସରକାର ୨୦୧୫ ମସିହାରୁ ଏହି ନିଷ୍କି୍ରୟ ଖାତା ସମ୍ପର୍କରେ ତଥ୍ୟକୁ ସାର୍ବଜନୀନ କରିବା ଆରମ୍ଭ କରିଛନ୍ତି ।
ସ୍ୱିସ୍‌ ସରକାରଙ୍କ ପକ୍ଷରୁ ଏହି ନିଷ୍କି୍ରୟ ପଡିଥିବା ଖାତାର ଦାବିଦାର ମାନେ ଆବଶ୍ୟକୀୟ ପ୍ରମାଣ ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା । ନିଷ୍କି୍ରୟ ଖାତା ମଧ୍ୟରୁ ୧୦ଟି ଖାତା ଭାରତୀୟଙ୍କର ଥିଲା ବେଳେ ଆଉ କିଛି ଖାତା ଭାରତୀୟ ବଂଶୋଦ୍ଭବଙ୍କର ଥିବା କୁହାଯାଉଛି । ଗତ ୬ବର୍ଷ ମଧ୍ୟରେ ଗୋଟିଏ ବି ଖାତା ଉପରେ କୌଣସି ଭାରତୀୟ ନିଜ ଦାବି ଉପସ୍ଥାପିତ କରିନାହାଁନ୍ତି । ଏହି ଖାତା ମଧ୍ୟରୁ ଦୁଇଟି କୋଲକାତା, ଗୋଟିଏ ଡେରାଡୁନ୍‌, ଦୁଇଟି ମୁମ୍ବାଇରେ ରହୁଥିବା ବ୍ୟକ୍ତିଙ୍କର । ଆଉ କିଛି ଖାତାଧାରକ ଏବେ ଫ୍ରାନ୍ସ ଏବଂ ବି୍ରଟେନରେ ରହୁଛନ୍ତି । କିଛି ଖାତାଧାରକଙ୍କ ପାଇଁ ଦାବିଦାର ସାବ୍ୟସ୍ତ କରିବା ନିମନ୍ତେ ସମୟସୀମା ଆସନ୍ତା ମାସରେ ଶେଷ ହେଉଥିଲା ବେଳେ ଆଉ କିଛି ଖାତାଧାରକଙ୍କ ପାଇଁ ସମୟସୀମା ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ରହିଛି । ତେବେ କିଛି ପାକିସ୍ତାନୀ ବାସିନ୍ଦା ସେମାନଙ୍କର ନିଷ୍କି୍ରୟ ଖାତା ଉପରେ ଦାବି ଉପସ୍ଥାପିତ କରିସାରିଲେଣି ।
ଡିସେମ୍ବର ୨୦୧୫ରେ ପ୍ରଥମ ଥର ପାଇଁ ଏପରି ନିଷ୍କି୍ରୟ ଖାତାର ତଥ୍ୟ ସାର୍ବଜନୀନ କରାଯାଇଥିଲା । ତାଲିକାରେ ୨୬୦୦ ଖାତା ରହିଥିଲା ବେଳେ ଏଥିରେ ଜମାରାଶି ହେଉଛି ୩୦୦କୋଟି । ୧୯୫୫ ମସିହା ପରଠାରୁ ଏହି ଖାତା ଉପରେ କେହି ଦାବି ଉପସ୍ଥାପିତ କରିନାହାଁନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*