ଭାରତରେ ୧୦୦ ଅରବ ଡଲାର ନିବେଶ କରିବ ସାଉଦି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଜୁଟାଇ ବାରମ୍ବାର ବିଫଳ ହେଉଥିବା ପାକିସ୍ଥାନ ଶେଷ ଆଶା ରଖିଛି ସାଉଦି ଆରବ ଉପରେ । ହେଲେ ସାଉଦି ଆରବ ମଧ୍ୟ ପାକିସ୍ଥାନକୁ ଦେଉନି ଗୁରୁତ୍ୱ । ଏହି ରାଷ୍ଟ୍ର ଭାରତ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧିର ରଖିଛି ବଡଯୋଜନା । ସାଉଦି ଆରବ ଭାରତରେ ପେଟ୍ରୋ ରସାୟନ, ଭିତ୍ତିଭୂମି ଏବଂ ଖଣି ସମେତ ଅନ୍ୟ କ୍ଷେତ୍ରରେ ୧୦୦ ଅରବ ଡଲାରର ନିବେଶ ଲକ୍ଷ୍ୟ ରଖିଛି । ସାଉଦି ଆରବର ରାଷ୍ଟ୍ରଦୂତ ଡକ୍ଟର ସଉଦ ବିନ୍‌ ମହମ୍ମଦ ଅଲ୍‌ ସାତୀ କହିଛନ୍ତି ଯେ, ଭାରତ ନିବେଶ ପାଇଁ ଏକ ପ୍ରମୁଖ ସ୍ଥାନ ଅଟେ । ସାଉଦି ଆରବ ତେଲ, ଗ୍ୟାସ ଏବଂ ଖନନ କ୍ଷେତ୍ରରେ ଦୀର୍ଘକାଳିନ ସହଯୋଗର ଲକ୍ଷ୍ୟ ରଖିଛି ।
ଅଲ ସାତୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସାଉଦି ଆରବ ଭାରତରେ ପେଟ୍ରୋ ରସାୟନ, ଭିତ୍ତିଭୂମି, କୃଷି, ଖଣିଜ, ଖଣି ଆଦି କ୍ଷେତ୍ରରେ ୧୦୦ ଅରବ ଡଲାର ନିବେଶ କରିବା ଉପରେ ଦୃଷ୍ଟି ଦେଉଛି । ସାଉଦି ଆରବର ସବୁଠୁ ବଡ ତୈଳ କମ୍ପାନୀ ଓରାମକୋ ଭାରତର ରିଲାଏନ୍ସ ଇନ୍ଦଷ୍ଟି୍ରର ପ୍ରସ୍ତାବିତ ଭାଗିଦାରୀ ଦ୍ୱାରା ଦୁଇ ଦେଶ ମଧ୍ୟରେ ଶକ୍ତି ସମ୍ପର୍କ କେତେ ମଜବୁତ ତାହା ପ୍ରମାଣିତ କରୁଛି । ଯୁବରାଜ ମହମ୍ମଦ ବିନ ସଲମାନଙ୍କ ଭିଜନ ୨୦୩୦ ମଧ୍ୟ ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟୀ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*