ଭାରତରେ କୋଭିଡ୍‌-୧୯ ଟୀକାର ମାନବ ପରୀକ୍ଷଣ ଆରମ୍ଭ-ଆଇସିଏମ୍‌ଆର୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତରେ କୋଭିଡ୍‌-୧୯ ଟୀକାର ମାନବ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଦେଶରେ ବିକଶିତ ଦୁଇ ଟୀକାର ପରୀକ୍ଷଣ ପାଇଁ ପାଖାପାଖି ୧ହଜାର ସ୍ୱଂୟସେବୀ ସାମିଲ ହୋଇଛନ୍ତି । ଏହି ସୂଚନା ଦେଇଛି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ।
ଆଇସିଏମ୍‌ଆରର ମହାନିଦେ୍ର୍ଦଶକ ଡ. ବଳରାମ ଭାର୍ଗବ ସୂଚନା ଦେଇ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠୁ ବଡ଼ ଟୀକା ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ । ତେଣୁ କରୋନା ସଂକ୍ରମଣକୁ ରୋକିବା ସହ ଟୀକା ତିଆରି ପ୍ରକି୍ରୟାକୁ ବ୍ୟାପକ କରିବା ଆମର ନୈତିକ ଦାୟିତ୍ୱ । ଡ଼ିସିଜିଆଇ ଦୁଇ ଟୀକାକୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇସାରିଛି । ଏଥିରୁ ଗୋଟିଏ ଟୀକା ଭାରତ ବାୟୋଟେକ୍‌ ଇଣ୍ଟର ନ୍ୟାସନାଲ ଲିମିଟେଡ୍‌ ଆଇସିଏମ୍‌ଆର ସହ ମିଶି ତିଆରି କରୁଛି । ପୂର୍ବରୁ ଏହି ଦୁଇ ଟୀକାର ସଫଳ ଅଧ୍ୟୟନ ମୂଷା ଏବଂ ଠେକୁଆଙ୍କ କ୍ଷେତ୍ରରେ ହୋଇସାରିଛି । ଏହାର ରିପୋର୍ଟ ଡିଜିସିଆଇକୁ ପ୍ରଦାନ କରିବା ପରେ ମାନବ ପରୀକ୍ଷଣ ପାଇଁ ମିଳିସାରିଛି ଅନୁମତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*