ଭାରତରେ କମ୍ପାନୀର ଭବିଷ୍ୟତ ଅନ୍ଧାର: ଭୋଡାଫୋନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଭାରତରେ କମ୍ପାନୀର ଭବିଷ୍ୟତ ସେପର୍ଯ୍ୟନ୍ତ ଅନ୍ଧାରରେ ରହିବ ଯେପର୍ଯ୍ୟନ୍ତ ସରକାର ଅପରେଟରଙ୍କ ଉପରେ ଅଧିକ ଶୁଳ୍କ ଏବଂ ଟିକସ ଲଗାଉଥିବେ । ସେ ଏହା କହିଛନ୍ତି ଭୋଡ଼ାଫୋନର ସିଇଓ ନିକ୍‌ ରିଡ୍‌ । ମଙ୍ଗଳବାର ନିକ୍‌ କହିଛନ୍ତି ଯେ, ନିୟାମକର ଅସହଯୋଗ ଏବଂ ଅଧିକ ଟିକସ କାରଣରୁ ଆମ ଉପରେ ବଡ ଆର୍ଥିକ ବୋଝ ପଡିଛି । ସୁପି୍ରମକୋର୍ଟ ମଧ୍ୟ ଆମ ସପକ୍ଷରେ ଅନୁକୂଳ ନିଷ୍ପତ୍ତି ଆସିନାହିଁ ।
ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଲାଇସେନ୍ସ ଫି’ ଏବଂ ସ୍ପେକ୍ଟ୍ରମ୍‌ ୟୁସେଜ୍‌ ଚାର୍ଜ ସମ୍ପର୍କରେ ଇଙ୍ଗିତ କରି ନିକ୍‌ କହିଛନ୍ତି ଯେ, ସରକାର ଭୋଡାଫୋନ – ଆଇଡିଆକୁ ୪୦ହଜାର କୋଟି ଟଙ୍କା ପୈଠ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ମଧ୍ୟ ସୁପି୍ରମକୋର୍ଟ ଯଥାର୍ଥ କହିଛନ୍ତି । ଭାରତର ଟେଲିକମ୍‌ ଅପରେଟରମାନଙ୍କୁ ଭବିଷ୍ୟତ ଉପରେ ଟିପ୍ପଣୀ କରି ନିକ୍‌ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଭୋଡାଫୋନ ଭାରତରେ ଫେରିବାର ଯୋଜନା କରୁଥିବା ନେଇ ବଡ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଭୋଡାଫୋନ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଥିଲା ଯେ, କିଛି ଗଣମାଧ୍ୟମ ତଥ୍ୟହୀନ ସୂଚନା ଦେଉଛନ୍ତି । ଗତ ମାସରେ ଭୋଡାଫୋନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଭାରତୀୟ ବଜାରରେ ଆମ ନିବେଶର ଧାରା ଜାରି ରହିବ । ତେବେ ସମସ୍ୟାର ମୁକାବିଲା ପାଇଁ ଆମେ ସରକାରଙ୍କ ସମର୍ଥନ ଲୋଡୁଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*