ଭାରତକୁ ସାଉଦି ଆରବର ଭରସା ତୈଳ ଯୋଗାଣ ହ୍ରାସ ପାଇବ ନାହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସାଉଦି ଆରବର କମ୍ପାନୀ ଆରାମକୋ ଦ୍ୱାରା ପରିଚାଳିତ ବିଶ୍ୱର ସବୁଠୁ ବଡ ଅଶୋଧିତ ତୈଳ କାରଖାନାରେ ଡ୍ରୋନ ହାମଲା ପରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେବ ବୋଲି ବଡ ଆଶଙ୍କା ପ୍ରକାଶ ପାଇଛି । ତେବେ ପେଟ୍ରୋଲ ମନ୍ତ୍ରଣାଳୟ ଆଶ୍ୱସ୍ତି କରିଛି ଯେ, ଭାରତକୁ ତୈଳ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ । ଏହି ଭରସା ଦେଇଛି ସାଉଦି ଆରବ ।
ଭାରତ ବିଶ୍ୱର ତୃତୀୟ ବୃହତ ତୈଳ ଉପଭୋକ୍ତା ଦେଶ ଅଟେ । ପେଟ୍ରୋଲ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି ଯେ, ସାଉଦି ଆରାମକୋର ଅଧିକାରୀମାନେ ୧୫ତାରିଖରେ ଭାରତୀୟ ରିଫାଇନାରୀ କମ୍ପାନୀମାନଙ୍କୁ ଅବଗତ କରାଇଛନ୍ତି ଯେ, ସେମାନଙ୍କ ତରଫରୁ ତୈଳ ଯୋଗାଣ କମ୍‌ କରାଯିବ ନାହିଁ । ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଭାରତ ରିଫାଇନାରୀ କମ୍ପାନୀ ତଥା ସାଉଦି ଆରାମକୋ ସହ ପରିସ୍ଥିତି ନେଇ ଦୃଷ୍ଟି ରଖିଛି । ସାଉଦି ଆରବ ହେଉଛି ଭାରତ ପାଇଁ ଦ୍ୱିତୀୟ ବୃହତ ତୈଳ ଆମଦାନୀକାରୀ ରାଷ୍ଟ୍ର ।
ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆମେ ଆମ ମାର୍କେଟିଂ କମ୍ପାନୀ (ତୈଳ ବିପଣନ କମ୍ପାନୀ) ମାନଙ୍କ ସହ ମିଶି ସେପ୍ଟେମ୍ବର ମାସ ପାଇଁ ତୈଳର ସମସ୍ତ ଯୋଗାଣ ସ୍ଥିତି ନେଇ ସମୀକ୍ଷା କରିଛୁ । ଆମେ ଆଶ୍ୱସ୍ତ ଯେ, ଭାରତକୁ ତୈଳ ଯୋଗାଣ ନେଇ କୌଣସି ସମସ୍ୟା ନାହିଁ । ହେଲେ ସ୍ଥିତି ଉପରେ ଆମେ ନଜର ରଖିଛୁ ।
ସାଉଦି ଆରବର ଏହି କମ୍ପାନୀ ଉପରେ ଡ୍ରୋନ ହାମଲା ପରେ ହୋଇଥିବା କ୍ଷତିର ଖବର ପରେ ଅଶୋଧିତ ତୈଳ ମୂଲ୍ୟ ୪ମାସରେ ସର୍ବାଧିକ ସ୍ତରରେ ପହଞ୍ଚôଛି । ଏହି ଆକ୍ରମଣ ଫଳରେ ସାଉଦି ଆରବର ୫୦ପ୍ରତିଶତ ତୈଳ ଉତ୍ପାଦନ ପ୍ରଭାବିତ ହୋଇଛି । ଯାହା ଫଳରେ ବିଶ୍ୱର ପାଖାପାଖି ୫ପ୍ରତିଶତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଭାରତ ନିଜ ଆବଶ୍ୟକ ଅଶୋଧିତ ତୈଳର ୮୩ପ୍ରତିଶତ ବିଦେଶୀ ରାଷ୍ଟ୍ରରୁ ଆମଦାନୀ କରିଥାଏ । ଇରାକ ପରେ ସାଉଦି ହେଉଛି ଭାରତ ପାଇଁ ଦ୍ୱିତୀୟ ବଡ ବଜାର । ୨୦୧୮-୧୯ ଆର୍ଥିକ ବର୍ଷରେ ସାଉଦି ଆରବ ଭାରତକୁ ୪.୦୩କୋଟି ଟନ ଅଶୋଧିତ ତୈଳ ବିକି୍ର କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*