ଭାରତକୁ ବଡ଼ ସମ୍ମାନ ମୋଦୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ ଟ୍ରମ୍ଫ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ

ଆସନ୍ତା ସେପ୍ଟେମ୍ବର ୨୨ରେ ହୋଷ୍ଟନଠାରେ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ ସହମତି ପ୍ରକାଶ କରିଛନ୍ତି । କୌଣସି ଦେଶର ଅନୌପଚାରିକ କାର୍ଯ୍ୟକ୍ରମରେ ଆମେରିକା ଭଳି ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେବାକୁ ଅତ୍ୟନ୍ତ ଅପ୍ରତ୍ୟାଶିତଭାବେ ଦେଖାଯାଉଛି । ଭାରତ ସହ ଆମେରିକା ସଂପର୍କ ସୁଦୃଢ କରିବାକୁ ଚାହୁଁଥିବା ତଥା ମୋଦୀଙ୍କ ଉପରେ ପ୍ରଚନ୍ଦ ବିଶ୍ୱାସ ରଖିଥିବା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । କାର୍ଯ୍ୟକ୍ରମରେ ଟ୍ରମ୍ଫ୍‌ଙ୍କ ଯୋଗଦାନ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଦେଇଛନ୍ତି । ଏଥିସହିତ ଏହା ପ୍ରଥମ କାର୍ଯ୍ୟକ୍ରମ ହେବ, ଯେଉଁଠାରେ ମୋଦୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ ଉପସ୍ଥିତ ରହିବେ । ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ସକାଶେ ଏପର୍ଯ୍ୟନ୍ତ ୫୦ହଜାରରୁ ଅଧିକ ଲୋକ ରେଜିଷ୍ଟ୍ରେସନ୍‌ କରିସାରିଛନ୍ତି । ହାଓଡିର ଅର୍ଥ- ହାଓ ଡୁ ୟୁ ଡୁ(ଆପଣ କିପରି ଅଛନ୍ତି) । ଏହି କାର୍ଯ୍ୟକ୍ରମରେ ସେ ଦେବାକୁ ଥିବା ଭାଷଣ ସକାଶେ ପ୍ରଧାନମନ୍ତ୍ରୀ ଲୋକଙ୍କଠାରୁ ବିଭିନ୍ନ ଆଇଡିଆ ଏବଂ ପରାମର୍ଶ ମାଗିଛନ୍ତି । ଲୋକେ ନରେନ୍ଦ୍ର ମୋଦୀ ଆପ୍‌ ମାଧ୍ୟମରେ ନିଜର ବହୁମୂଲ୍ୟ ମତ ବ୍ୟକ୍ତ କରିପାରିବେ ବୋଲି ପିଏମଓ ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୧ରୁ ଆମେରିକା ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀ ସେଠାରେ ବହୁ ଆମେରିକୀୟ କଂପାନୀର ସିଇଓଙ୍କ ସହ ସାକ୍ଷାତ ଆଲୋଚନା କରିବେ ଏବଂ ଏହାପରେ ଜାତିସଂଘ ସାଧାରଣ ସଭାରେ ଯୋଗ ଦେବେ ।
ଟ୍ରମ୍ଫ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ମୋଦୀ କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ଫ ହୋଷ୍ଟନରେ ମୋ ସହ ରହିବେ । ଏହି ନିଷ୍ପତ୍ତି ଭାରତ-ଆମେରିକାର ସଂପର୍କକୁ ସୁଦୃଢ କରିବ । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହେଉଛି ଯେ, ଭାରତୀୟ ସୁମଦାୟଙ୍କର ଆମେରିକା ସମାଜରେ ଏବଂ ସେଠାକାର ଅର୍ଥବ୍ୟବସ୍ଥାରେ ବଳିଷ୍ଠ ଯୋଗଦାନ ରହିଛି । କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟ ଟ୍ରମ୍ଫଙ୍କ ଭବ୍ୟ ସ୍ୱାଗତ କରିବ ବୋଲି ମୋଦୀ କହିଥିଲେ ।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୧ରେ ଆମେରିକା ଗସ୍ତରେ ବାହାରିବେ । ପ୍ରଥମେ ସେ ହୋଷ୍ଟନଠାରେ ପହଞ୍ଚôବେ । ପରେ ସେପ୍ଟେମ୍ବର ୨୩-୨୭ ଯାଏ ସେ ଜାତିସଂଘ ସାଧାରଣ ସଭାରେ ସାମିଲ ହେବେ । ରିପୋର୍ଟ ଅନୁଯାୟୀ, ଦୁଇ ଦେଶର ଅଧିକାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋଦୀ ଏବଂ ଟ୍ରମ୍ଫ୍‌ଙ୍କ ମଧ୍ୟରେ ୱାଶିଂଟନରେ ଏକ ବୈଠକ ଆୟୋଜନ କରିବାକୁ ବିଚାର କରୁଛନ୍ତି । ତେଣୁ ସେପ୍ଟେମ୍ବର ୨୫ ଏବଂ ୨୬ରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*