ଭାଜପା ଟିମ୍‌ର ଅମ୍ଫାନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ବାଲେଶ୍ୱର ଜିଲ୍ଲା ଭାଜପା ଏକ ପ୍ରତିନିଧି ଦଳ ବାତ୍ୟା ଅମ୍ଫାନ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ କ୍ଷୟକ୍ଷତି ପରିବାରଙ୍କୁ ସମବେଦନା ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିଦେ୍ର୍ଦଶକ୍ରମେ ଭାଜପା ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୋଗରାଇ ବ୍ଲକର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ହୋଇଥିବା କ୍ଷୟକ୍ଷତି ପରିଦର୍ଶନ ସହ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ ସମ୍ପର୍କରେ ସ୍ଥାନୀୟ ବିଡିଓଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି କ୍ଷୟକ୍ଷତି ଆକଳନ ସାଙ୍ଗକୁ ସ୍ୱଚ୍ଛତା ଭିତ୍ତିରେ ସର୍ଭେ କରିବା ଉପରେ ଏହି ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଚନ୍ଦନେଶ୍ୱର ମନ୍ଦଳ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଆୟୋଜିତ ଚିକିତ୍ସା ଶିବିରକୁ ସେମାନେ ପରିଦର୍ଶନ କରିଥିଲେ । ଏଥିରେ ୩୭୦ ଜଣଙ୍କୁ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭାଜପାର ଭୋଗରାଇ ପ୍ରଭାରୀ ଲମ୍ବୋଦର ନାୟକ, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସଂଯୋଜକ ଚନ୍ଦ୍ରଶେଖର ନନ୍ଦ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*