ଭାଜପା ଉପରେ ନାରାଜ ଅନୁପ୍ରିୟା ନିଷ୍ପତ୍ତି ନେବା ପାଇଁ ଆମେ ବାଧ୍ୟ ହେବୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲକ୍ଷ୍ନୌ
ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏର ସହଯୋଗୀ ଦଳମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ପଦାକୁ ଆସୁଛି । କେନ୍ଦ୍ରମନ୍ତ୍ରୀ ତଥା ଆପନା ଦଳର ନେତା ଅନୁପି୍ରୟା ପଟେଲ ଭାଜପା ସହ ଗଠବନ୍ଧନକୁ ନେଇ କହିଛନ୍ତି ଯେ, ଆମେ ଭାଜପା ଆଗରେ ଆମ ଦାବି ରଖିଥିଲୁ ସମୟ ମଧ୍ୟ ଦେଇଥିଲୁ । ହେଲେ ଏହାକୁ ଅଣଦେଖା କରାଯାଇଛି । ବର୍ତ୍ତମାନ ନିଷ୍ପତ୍ତି ନେବାକୁ ଆମେ ବାଧ୍ୟ ହେବୁ ।
ଅନୁପି୍ରୟା କହିଛନ୍ତି ଯେ, ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲୁ ଭାଜପାକୁ । ହେଲେ ଏବେ ଲାଗୁଛି ଭାଜପା ନିଜ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଉନାହିଁ । ଏବେ ଆପନା ଦଳ ସ୍ୱତନ୍ତ୍ର, ଆମେ ଦଳର ବୈଠକ ଡାକିଛୁ । ଯେଉଁ ନିଷ୍ପତ୍ତି ନିଆଯିବ ସେହି ଅନୁସାରେ କାମ କରିବୁ । ଅନୁପି୍ରୟା ସଂକେତ ମଧ୍ୟ ଦେଇଛନ୍ତି ଯେ, ଆଗାମୀ ନିର୍ବାଚନ ସେ ଲଢିବେ । ସେହିପରି ଆପନା ଦଳ ପରି ଅନ୍ୟଏକ ସହଯୋଗୀ ସୁହେଲଦେବ ଭାରତୀୟ ସମାଜପାର୍ଟି ମଧ୍ୟ ଭାଜପାକୁ ନେଇ ଅସନ୍ତୁଷ୍ଟ । ତେବେ ଭାଜପା ପକ୍ଷରୁ କୁହାଯାଇଛି ଯେ, ଖୁବ୍‌ଶୀଘ୍ର ଆପୋଷ ଆଲୋଚନା ମାଧ୍ୟମରେ ସହଯୋଗୀ ଦଳଙ୍କ ସମସ୍ୟାକୁ ଦୂର କରାଯିବ । ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ଉତ୍ତରପ୍ରଦେଶରେ ଭାଜପା ସହ ମିଶି ନିର୍ବାଚନ ଲଢିଥିଲା ଆପନା ଦଳ । ଦଳକୁ ଦୁଇଟି ଆସନ ମିଳିଥିଲା ବେଳେ ଦଳ ଦୁଇଟିରୁ ହିଁ ବିଜୟ ଲାଭ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*