ଭାଜପାର ସଂକଳ୍ପ ପତ୍ର|୫ବର୍ଷରେ ୧କୋଟି ନିଯୁକ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ବିଧାନସଭା ପାଇଁ ଆଉ ୬ ଦିନ ବାକି ଥିଲା ବେଳେ ମଙ୍ଗଳବାର ଭାଜପା ପକ୍ଷରୁ ଘୋଷଣାପତ୍ର ଜାରି କରାଯାଇଛି । ଏହାକୁ ସଂକଳ୍ପ ପତ୍ରର ନାମ ଦିଆଯାଇଛି । ଏଥିରେ ଭାଜପା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ଯେ, ପୁଣି ଥରେ କ୍ଷମତାକୁ ଆସିଲେ ଆମେ ସ୍ୱାଧୀନ ସଂଗ୍ରାମୀ ବୀର ସାବରକର, ସମାଜ ସୁଧାରକ ମହାତ୍ମା ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କୁ ଭାରତ ରତ୍ନ ଦେବାର ଦାବି କରିବୁ । ଏଥିସହ ଦଳ ନଦୀକୁ ଯୋଡି ରାଜ୍ୟକୁ ମରୁଡ଼ି ମୁକ୍ତ କରିବା, ମରାଠାୱାଡାରେ ୱାର୍ଟର ଗ୍ରୀଡ୍‌ ନିର୍ମାଣ, ୨୦୨୨ ସୁଦ୍ଧା ସମସ୍ତ ଘରେ ସ୍ୱଚ୍ଛ ପାଣି ଯୋଗାଇବାର ପ୍ରତିଶ୍ରୁତି ଦେଇଛି । ସେହିପରି ଆସନ୍ତା ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ୧ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇଛି ଭାଜପା ।
ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନ‡ା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଏହି ସଂକଳ୍ପ ପତ୍ରର ବୁକ୍‌ଲେଟ୍‌କୁ ଜାରି କରିଥିଲେ । ନ‡ା କହିଛନ୍ତି ଯେ, ଆମର ସଂକଳ୍ପ ପତ୍ର କେବଳ କାଗଜ ଟୁକୁଡା ନୁହେଁ । ଭଲ ଭାବେ ଅଧ୍ୟୟନ କରାଯାଇ ଏହା ପ୍ରସ୍ତୁତ କରାଯାଇଛି । ଆମର ଏହି ଘୋଷଣାପତ୍ର ଅନ୍ୟ ଦଳମାନଙ୍କର ଘୋଷଣାପତ୍ର ଠାରୁ ବେଶ ମଜବୁତ । ଏଥିରେ ଆମେ ସବୁ ବର୍ଗର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇଛୁ । ପ୍ରତି ଗାଁ କୁ ମୁଖ୍ୟ ସଡ଼କ ସହ ଯୋଡିବାର ଯୋଜନା ଅଛି, କୃଷକଙ୍କୁ ୧୨ଘଣ୍ଟା ବିଜୁଳି ଦେବାର ନିଷ୍ପତ୍ତି ନେଇଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*