ଭାଜପାରେ ବୈଜୟନ୍ତ:ବିଜଦକୁ ମହଙ୍ଗା ପଡ଼ିପାରେ କେନ୍ଦ୍ରାପଡା ଲୋକସଭା ଆସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
କେନ୍ଦ୍ରାପଡା/ମହାକାଳପଡା

ଦିନ କେଇଟା ପରେ ଘୋଷଣା ହୋଇଯିବ ସାଧାରଣ ନିର୍ବାଚନ । ସାରା ରାଜ୍ୟର ଲକ୍ଷ ରହିଛି କେନ୍ଦ୍ରାପଡା ଲୋକ ସଭା କ୍ଷେତ୍ର ଉପରେ । ଅଣ କଂଗ୍ରେସର ଗଡ ହେଉଛି କେନ୍ଦ୍ରାପଡ଼ା । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ କେନ୍ଦ୍ରାପଡା ଆସନକୁ ନେଇ ଚର୍ଚ୍ଚା ଜୋର ଦାର ହେବାରେ ଲାଗିଛି । କିଏ ୨୦୧୯ ରେ ଦଖଲ କରିବ କେନ୍ଦ୍ରାପଡା ଆସନକୁ । ବିଜଦ, ଭାଜପା ଓ କଂଗ୍ରେସର ଅଘୋଷିତ ପ୍ରାର୍ଥୀ ତାଲିକା ବି ସୋସିଆଲ ମେଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଲାଣି । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ବିଜଦ ଟିକଟରେ ଲଗାତାର ବିଜୟୀ ହୋଇଥିଲେ ଶିଳ୍ପପତି ବୈଜୟନ୍ତ ପନ୍ଦା । ତେବେ ୨୦୧୭ ବେଳକୁ ବିଜଦର କ୍ଷମତା କେନ୍ଦ୍ର ତଥା ତୃତୀୟ ମହାଲାର ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ସେ । ବିଜଦ ଭିତରୁ ତାଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡିଥିଲା । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମହାକାଳପଡାରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଦଳୀୟ ସାସଂଦଙ୍କୁ ପ୍ରାୟୋଜିତ ବିରୋଧ ଦେଖିବାକୁ ପାଇଥିଲେ ରାଜ୍ୟ ବାସୀ । ପରେ ମହାଙ୍ଗା ନିର୍ବାଚନମନ୍ଦଳୀରେ ସାସଂଦଙ୍କ ଅନୁଦାନ ପାଣ୍ଠିରୁ ନିର୍ମିତ ପାଣି ଟାଙ୍କି ଉଦଘାଟନରେ ବୈଜୟନ୍ତଙ୍କୁ ଅନ୍ଦା, ଜୋତା ମାଡ ଆରମ୍ଭ କରିଦେଇଥିଲେ ବିଜଦ କର୍ମୀ । ଏହା ତୃତୀୟ ମହଲାର ଇଙ୍ଗୀତରେ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଥିଲା । ବିଭିନ୍ନ ନିର୍ବାଚନ ମନ୍ଦଳୀରେ ପର୍ଯ୍ୟାୟ କ୍ରମେ ବୈଜୟନ୍ତ ଓ ପାଣି ଟାଙ୍କିକୁ ବିରୋଧ କରିବାରେ ମାତି ଯାଇଥିଲା ବିଜଦ । ଦଳର ସଭାପତି ତଥା ମୁଖ୍ୟ ମନ୍ତ୍ରୀଙ୍କ ଠାରୁ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶା କରି ନିରାଶ ହେବା ପରେ ଦଳ ଏବଂ ସାସଂଦ ପଦରୁ ଇସ୍ତଫା ଦେଇଥିଲେ ସେ । ତେବେ ବୈଜୟନ୍ତଙ୍କ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକେ ହେଇଯାଉ କାର୍ଯ୍ୟକ୍ରମ ବେଶ ଲୋକ ପ୍ରିୟତା ସୃଷ୍ଟି କରିଥିଲା । ଇସ୍ତଫା ପରେ ସେ ନିଜେ ନୂଆ ଦଳ କରିବେ ନା କେଉଁ ଦଳରେ ସାମିଲ ହେବେ ସେ ନେଇ ଲାଗିରହିଥିବା ଚର୍ଚ୍ଚାର ଏବେ ଅନ୍ତ ଘଟିଛି । ବହୁ କଳ୍ପନା ଜଳ୍ପନା ପରେ ବୈଜୟନ୍ତ ରବିବାର ଦିଲ୍ଲୀରେ ଭାଜପାରେ ସାମିଲ ହୋଇଛନ୍ତି । ବୈଜୟନ୍ତ ଭାଜପାରେ ଯୋଗଦେବା ପରେ କେନ୍ଦ୍ରାପଡା ଲୋକସଭା ଆସନରେ ବିଜଦର ଭୋଟ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି । ଏହି ଆସନ ଅଣ କଂଗ୍ରେସ ନେତାକୁ ବିଜୟୀ କରିଆସିଛି । ୧୯୭୭-୧୯୮୪ ବିଜୁ ପଟ୍ଟନାୟକ ଏହି ଆସନରୁ ପ୍ରତିନିଧିତ୍ୱ କରିଥିଲେ । ସେବେ ଠାରୁ କେନ୍ଦ୍ରାପଡା ବାସୀ ଜନତା ଓ ବିଜୁ ଜନତା ଦଳର ବିଜୁ ଦାୟଦ ମାନଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛନ୍ତି । ଦୀର୍ଘ ୪ ଦଶନ୍ଧି ଧରୀ ବିଜୁ ବାବୁଙ୍କ ଦାୟଦ ମାନେ ଏହି ଆସନରୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ କେନ୍ଦ୍ରାପଡାର ବିକାଶର ଗାଡି ଆଗୁକୁ ଯାଇପାରି ନଥିବା ବିଡମ୍ବନାର ବିଷୟ ହୋଇଛି । ବୈଜୟନ୍ତଙ୍କ ବିକାଶ ମୂଳକ ପାଣି ଟାଙ୍କିକୁ ବିଜଦର ବିରୋଧ ତାଙ୍କୁ ଜିଲ୍ଲା ବାସୀଙ୍କ ପାଖରେ ଅଧିକ ଲୋକପ୍ରିୟ କରାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ତାଙ୍କର ନିଜସ୍ୱ ସଙ୍ଗଠନ ମଧ୍ୟ ରହିଛି । ସେ ଭାଜପାରେ ଯୋଗ ଦେବା ପରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହେବେ ନା ଅନ୍ୟ କେଉଁଠୁ ଲଢିବେ ତାହା ସ୍ପଷ୍ଟ ଜଣାପଡି ନାହିଁ । କିନ୍ତୁ ବୈଜୟନ୍ତଙ୍କୁ ନେଇ ବିଜଦ ଶିବିରରେ ଛନକା ପସିଛି । ଅଣ କଂଗ୍ରେସ ଗଡ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଭୋଟରଙ୍କ ସମର୍ଥନ ପରିଲକ୍ଷିତ ହେବାରେ ଲାଗିଛି । ତେଣୁ ଏଥର ନିର୍ବାଚନରେ କେନ୍ଦ୍ରାପଡା ବିଜଦ ପାଇଁ ସହଜ ହୋଇନପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*