ଭାଜପାରେ ବିଦ୍ରୋହର ଗନ୍ଧ, ପଙ୍କଜା କହିଲେ-୧୦ ଦିନରେ ନେବି ବଡ ନିଷ୍ପତ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ
ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ୍‌ ସରକାର କ୍ଷମତାଚୁ୍ୟତ ହେବା ପରେ ଏବେ ଭାଜପା ମଧ୍ୟରୁ ବିଦ୍ରୋହର ଗନ୍ଧ ଆସିବାରେ ଲାଗିଛି । ଭାଜପାର ବରିଷ୍ଠ ନେତା ଏବଂ ମୋଦୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ଗୋପିନାଥ ମୁନେ୍ଦଙ୍କ ଝିଅ ପଙ୍କଜା କହିଛନ୍ତି ଯେ, ସେ ଆଗାମୀ ୮-୧୦ ଦିନରେ ଏକ ବଡ ନିଷ୍ପତ୍ତି ନେବେ । ନିଜର ଫେସବୁକ୍‌ ପୋଷ୍ଟରେ ପଙ୍କଜା ଲେଖିଛନ୍ତି ଯେ, ମୁଁ ଆଗାମୀ ୮-୧୦ ମଧ୍ୟରେ କିଛି କଥା ବିଚାର କରିବି ଏବଂ ଏହା ପରେ ମୋତେ କେଉଁ ରାସ୍ତାରେ ଯିବାକୁ ହେବ ତାହା ନିଶ୍ଚିତ କରିବି । ଏହାଛଡା ପଙ୍କଜା ନିଜ ପୋଷ୍ଟରେ ଗୋପୀନାଥ ମୁନେ୍ଦଙ୍କ ଜନ୍ମଦିନରେ ମହାରାଷ୍ଟ୍ରରେ ଏକ ବଡ ରାଲି କରାଯିବାର ଘୋଷଣା କରି ନିଜ ସମର୍ଥକଙ୍କୁ ଏଥିରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି ।
ଅପରପକ୍ଷରେ ପଙ୍କଜାଙ୍କର ଏପ୍ରକାର ବୟାନ ନେଇ ଭାଜପା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ନିଜ ପୋଷ୍ଟରେ ପଙ୍କଜା ପରିବର୍ତ୍ତିତ ରାଜନୈତିକ ପରିବେଶରେ ନିଜର ସାମର୍ଥ୍ୟକୁ ଚିହ୍ନଟ କରିବା ଜରୁରୀ ଅଟେ । ମୁଁ ୮-୧୦ ଦିନ ଏବିଷୟରେ ଚିନ୍ତା କରିବା ପରେ ଆସନ୍ତା ୧୨ ତାରିଖରେ ଆପଣମାନଙ୍କୁ ଭେଟିବି । ପ୍ରକାଶ ଥାଉ କି, ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପଙ୍କଜା ନିଜ ଦାଦା ପୁଅ ଧନଞ୍ଜୟ ମୁନେ୍ଦଙ୍କଠାରୁ ହାରିଯାଇଥିଲେ । ନିର୍ବାଚନରେ ପଙ୍କଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍‌ ଶାହା ପଲଲୀଠାରେ ରାଲି ମଧ୍ୟ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*