ଭାଜପାରେ ପ୍ରବେଶ କରିବା ପରେ ସିନ୍ଧିଆଙ୍କ ବିରୋଧରେ ଥିବା ଜାଲିଆତି କେସ୍‌ ବନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ନିକଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ଭାଜପାର ହାତ ଧରିଥିଲେ । ଆଉ ଭାଜପାରେ ସାମିଲ୍‌ ହେବା ପରେ ମଧ୍ୟପ୍ରଦେଶ ଇକୋନୋମିକ୍‌ ଅଫେନ୍ସ ୱିଙ୍ଗ୍‌(ଇଓଡବ୍ଲୁ୍ୟ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କ ବିରୋଧରେ ଚଳେଇଥିବା ଜାଲିଆତି ମାମଲାକୁ ବନ୍ଦ କରିଦେଇଥିବା ଜଣାପଡିଛି । ପ୍ରାୟ ୪-୫ ଦିନ ପୂର୍ବରୁ ସିନ୍ଧିଆଙ୍କ ବିରୋଧରେ ଚାଲିଥିବା ତଦନ୍ତ ବନ୍ଦ ହୋଇଯାଇଛି ବୋଲି ଜଣେ ବରିଷ୍ଠ ଇଓଡବ୍ଲୁ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ସିନ୍ଧିଆଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଥିଲା ଓ ତଦନ୍ତକାରୀ ସଂସ୍ଥା ଜାଲିଆତିରେ ତାଙ୍କର କୌଣସି ସଂପୃକ୍ତି ନଥିଲା ବୋଲି ଜାଣିବାକୁ ପାଇଥିଲା ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୧୮ ବର୍ଷର ସଂମ୍ପର୍କ ଛିନ୍ନ କରି ନିକଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ସାମିଲ ହୋଇଥିଲେ । ତାଙ୍କ ସହ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡିଥିଲେ । ଯାହାଫଳରେ ୧୫ ମାସର ପୁରୁଣା କମଳନାଥ ସରକାର ଭାଙ୍ଗିଯାଇଥିଲା । ଗତ ମାର୍ଚ୍ଚ ୨୦ରେ କମଳନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ମାର୍ଚ୍ଚ ୨୩ରେ ଶିବରାଜ ସିଂହ ଚୌହାନ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ ।
ମଧ୍ୟପ୍ରଦେଶରେ ରାଜନୈତିକ ଘମାସାନ ଆରମ୍ଭ ହେବା ପରେ ଗ୍ୱାଲିଅରସ୍ଥିତ ସୁରେନ୍ଦ୍ର ଶ୍ରୀବାସ୍ତବ ଭୋପାଳସ୍ଥିତ ଇଓଡବ୍ଲୁ୍ୟ କାର୍ଯ୍ୟାଳୟରେ ପହଞ୍ଚô ସିନ୍ଧିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଜମି ଚାଲିଆତିର ଅଭିଯୋଗ କରିଥିଲେ । ସେ ୨୦୧୪ରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ଇଓଡବ୍ଲୁ୍ୟ ଏହି ମାମଲାକୁ ୨୦୧୮ରେ ବିନା କୌଣସି କାରଣ ଦର୍ଶାଇ ବନ୍ଦ କରିଦେଇଥିଲା ବୋଲି ଶ୍ରୀବାସ୍ତବ ଅଭିଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*