ଭାଜପାକୁ ସମର୍ଥନ ଆଦୌ ବିଦ୍ରୋହ ନଥିଲା : ଅଜିତ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ମୁମ୍ବାଇ

ଶନିବାର ସକାଳେ କେବଳ ନିଜ ପରିବାର ନୁହେଁ ଦଳକୁ ମଧ୍ୟ ଚକିତ କରିଥିଲେ ଅଜିତ୍‌ ପାୱାର, ଯେତେବେଳେ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସରକାର ଗଠନ ଲାଗି ଭାଜପା ସହ ତାଙ୍କ ହାତ ମିଳାକୁ ଖୋଲାଖୋଲି ବିଦ୍ରୋହ ବୋଲି ସମସ୍ତେ ବତାଇଥିଲେ । ହେଲେ ବୁଧବାର ଦିନ ନିଜେ ଅଜିତ୍‌ ପାୱାର ଏହାକୁ ବିଦ୍ରୋହ ବୋଲି କହିବା ଠିକ୍‌ ହେବ ନାହିଁ ବୋଲି ସଫେଇ ଦେଇଛନ୍ତି । ଏହା ଆଦୌ ବିଦ୍ରୋହ ନଥିଲା । ମୁଁ ରାଷ୍ଟ୍ରବାଦୀ କଂଗ୍ରେସର ବିଧାୟକ ଦଳ ନେତା ଥିଲି । ମତେ କ’ଣ ରାକପା ବାହାର କରିଦେଇଥିଲା କି? ଆପଣମାନେ ଏହା କେଉଁଠି ପଢ଼ିଛନ୍ତି କି? ବୋଲି ଅଜିତ ସାମ୍ବାଦିକମାନଙ୍କୁ ପ୍ରଶ୍ନ କରିଥିଲେ । ସେ ଜୋର୍‌ ଦେଇ କହିଥିଲେ, ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଅଛି ଏବଂ ଦଳର ମୁଖ୍ୟ ଶରଦ ପାୱାର ଯାହା କହିବେ ତାହା ମୁଁ ମାନିବି । ଏଠାରେ ଉଲ୍ଲେଖଯୋଗ୍ୟ ସୁପ୍ରିମ୍‌କୋର୍ଟଙ୍କ ନିଦେ୍ର୍ଦଶ ଆସିବା ପରେ ମଙ୍ଗଳବାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍‌ ପାୱାର ଇସ୍ତଫା ଦେଇଥିଲେ ଆଉ ଫଡନାଭିସ୍‌ ମନ୍ତ୍ରିମନ୍ଦଳ ଭାଙ୍ଗିଯିବାର ବାଟ ଫିଟିଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*