ଭାଇରାଲ ଫଟୋ | ବାଦୁଡି ଭଳି ଦିଶୁଥିବା ବିଚିତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବାଦୁଡିକୁ ନେଇ ଏବେ ସମସ୍ତେ ଭୟଭୀତ । ବାଦୁଡି ଠାରୁ କରୋନା ବ୍ୟାପୁଥିବାରୁ ସାଧାରଣରେ ଏହାକୁ ନେଇ ଏବେ ବଡ ଚର୍ଚ୍ଚା । ଆଉ ଏହି ସ୍ଥିତିରେ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି ବାଦୁଡି ଭଳି ଦିଶୁଥିବା ବିଚିତ୍ର ବିଲେଇ ଲୁସି ।
ଯେତେବେଳେ ଲୁସି ଦୁଇମାସର ଥିଲା ସେତେବେଳେ ଜିଲା ନାମକ ଜଣେ ମହିଳା ତାକୁ ନିଜ ହେଫା (ଇସ୍ରାଏଲ ଦେଶର) ସ୍ଥିତ ବାସଭବନକୁ ଆଣିଥିଲେ । ସେତେବେଳେ ଏହାର ନୁ୍ୟରୋଲୋଜି ସମସ୍ୟା ରହିଥିଲା । ପରେ ଏହି ବିଚିତ୍ର ରୋଗ କାରଣରୁ ବିଲେଇର ରୂପ ସାଧାରଣ ବିଲେଇ ଠାରୁ ଭିନ୍ନ ହୋଇଛି । ବାଦୁଡି ମୁହଁ ଯୁକ୍ତ ଏହି ବିଲେଇକୁ ଜିଲା ବେଶ ଭଲ ପାଉଥିବାରୁ ତାକୁ ଏବେ ବି ନିଜ ପାଖରେ ରଖିଛନ୍ତି । ସୋସିଆଲ ମିଡିଆରେ ଲୁସି ଦ ବ୍ୟାଟ୍‌ କ୍ୟାଟ୍‌ ନାମକ ଏକ ପେଜ୍‌ ସେ ଖୋଲିଛନ୍ତି । ଇନଷ୍ଟାଗ୍ରାମର ଏହି ପେଜ୍‌ରେ ଲୁସିର ଫଲୋଅର୍ସଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*