ବଡ଼ ପରଦାର ଅସଫଳ ନାୟିକା ଦୀପିକା ଏବେ ଛୋଟ ପରଦାରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଅନେକ ସମୟରେ ଫିଲ୍ମରେ ବିଶେଷ ସଫଳତା ନ ପାଇବା କାରଣରୁ ନାୟକ, ନାୟିକାମାନେ ପରବର୍ତ୍ତୀ ସମୟରେ ଟେଲି ଦୁନିଆରେ ବାଧ୍ୟ ହୋଇ ପାଦ ଥାପିଥାନ୍ତି । ଅତୀତରେ ଏମିତି ଅନେକ ନଜୀର ରହିଛି । ଏବେ ଜଣେ ନାୟିକା ଏହି ତାଲିକାରେ ସାମିଲ ହୋଇଛନ୍ତିି । ସେହି ନାୟିକା ଜଣକ ହେଲେ ଦୀପିକା ।
ଦୀପିକାଙ୍କୁ ଦର୍ଶକ ‘ଗପ ହେଲେ ବି ସତ’ ଓ ‘ଟାଇଗର’ ଭଳି ସିନେମାରେ ଦେଖିବାକୁ ପାଇଛନ୍ତି । ‘ଟାଇଗର’ରେ ଦୀପିକା ଷ୍ଟାରସନ ଅମ୍ଳାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ । ଦିଲୀପ ପନ୍ଦାଙ୍କ ନିଦେ୍ର୍ଦଶିତ ଏହି ପିଲ୍ମଟି କିନ୍ତୁ ଭଲ ଚାଲି ନଥିଲା । ଏଣେ ଦୀପିକାଙ୍କର ଦୁଇଟି ଓଡିଆ ସିନେମା ଅଧାରେ ଅଟକି ରହିଛି । ଯାହା ଆଜି ଯାଏଁ ରିଲିଜ ହୋଇ ନାହିଁ । ଏଥିମଧ୍ୟରୁ ଗୋଟିଏ ସିନେମା ହେଲା ‘ତୋର ମୋର ପ୍ରେମ କାହାଣୀ’ ଓ ଅନ୍ୟଟି ହେଲା ‘ଆଖି ବୁଜି ଦେଲେ ତୁ’ । ଉଭୟ ସିନେମାରେ ଦୀପିକା ନାୟିକା ଭୂମିକାରେ ଅଭିନୟ କରିଥିଲେ । ‘ତୋର ମୋର ପ୍ରେମ କାହାଣୀ’ ସିନେମାରେ ଦୀପିକାଙ୍କ ନାୟକ ଭୂମିକାରେ ଥିଲେ ନବାଗତ ଦେବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଋଷି, ପ୍ରଜ୍ଞା, ପୃଥିରାଜ, ଲୀନା, ମନୀଷା ପ୍ରଦୁ୍ୟମ୍ନ ଲେଙ୍କା ଓ ବବି ଇତ୍ୟାଦି ପ୍ରମୁଖ ଭୁମିକାରେ ଅଭିନୟ କରିଥିଲେ । ଏହାର ସଂଳାପକାର ଥିଲେ ରଣଜିତ ପଟ୍ଟନାୟକ ଓ ସଙ୍ଗୀତ ନଦେ୍ର୍ଦଶକ ହେଲେ ଅଭିଜିତ ମଜୁମଦାର । ଅନ୍ୟ ପକ୍ଷରେ ‘ଆଖି ବୁଜି ଦେଲେ ତୁ’ରେ ଦୀପିକାଙ୍କୁ ଦର୍ଶକ ପୁପିନ୍ଦରଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାର ସୁଯୋଗ ପାଇଥାନ୍ତେ । ଏବେ ଦୀପିକା ବାଧ୍ୟ ହୋଇ ଛୋଟ ପରଦାରେ ପାଦ ଥାପିଛନ୍ତି । ସେ ଛୋଟ ପରଦାରେ ଏବେ ସାଜିଛନ୍ତି ସରଗମ । ହଁ ଜୀ ସାର୍ଥକରେ ଖୁବଶୀଘ୍ର ପ୍ରାସାରିତ ହେବାକୁ ଯାଉଥିବା ମେଗା ଧାରାବାହିକ ‘ସରଗମ’ର ଟାଇଟଲ ରୋଲରେ ଅଭିନୟ କରୁଛନ୍ତି ଦୀପିକା । ବଡ ପରଦାରେ ସଫଳତା ପାଇନଥିବା ଦୀପିକା ଛୋଟ ପରଦାରେ କେତେ ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*