ବଡ଼ ଧରଣର ଆତଙ୍କୀ ହମଲା ପଣ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କାଶ୍ମୀର
ଶନିବାର ଏକ ବଡ଼ ଧରଣର ବିପଦକୁ ଟାଳି ଦେଇଛନ୍ତି । ଶନିବାର ଉତ୍ତର କାଶ୍ମୀର ଭରପୋରା-ହାନ୍ଦୱାରା ଜିଲ୍ଲାର ରାସ୍ତାକଡ଼ରୁ ଏକ ଆଇଇଡ଼ି ବିସ୍ଫୋରକ ଠାବ କରାଯିବା ପରେ ଏହାକୁ ନିଷ୍କ୍ରିୟ କରିଦିଆଯାଇଛି । ଭାରତୀୟ ସେନାର ରୋଡ଼୍ ଓପନିଂ ପାର୍ଟି(ଆରଓପି) ଏହି ବିସ୍ଫୋରକ ପାଇଥିଲା । ପରେ ସୂଚନା ପାଇ ଘଟଣା ସ୍ଥଳରେ ସିଆର୍ପିଏଫ୍ ବମ୍ ସ୍କ୍ୱାଡ଼୍ ପହଂଚି ବୋମାକୁ ନିଷ୍କ୍ରିୟ କରିଥିଲେ ଏବଂ ତାହାକୁ ଯାଞ୍ଚ କରିଥିବା ସୂତ୍ରରୁ ପ୍ରକାଶ । ଏଭଳି ଘଟଣା ଗତ ମାସ ୨୧ ତାରିଖରେ ଅନନ୍ତନାଗର ହାଇୱେରୁ ଏକ ଆଇଇଡି ବୋମା ମିଳିଥିବାବେଳେ ନଭେମ୍ବର ୧୯ରେ ଜାମ୍ମୁ-ପୁଞ୍ଚ ହାଇୱେରୁ ଆଉ ଏକ ବୋମା ଠାବ କରାଯାଇଥିଲା । । ଲଗାତାର ଏହି ଘଟଣା ଦର୍ଶାଉଛି ଯେ,ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ଏବେବି ଆତଙ୍କୀ ସକ୍ରିୟ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*