ବ୍ୟାପୁଛି ଜେଏନୟୁ ଛାତ୍ରଛାତ୍ରୀଙ୍କ ଫି’ ବୃଦ୍ଧି ବିରୋଧୀ ଆନେ୍ଦାଳନ ‘ଏଆଇଡିଏସଓ’ର ବିକ୍ଷୋଭ ପ୍ରଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ବିଭିନ୍ନ ଫି’ ବୃଦ୍ଧିକୁ ନେଇ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଲାଗିରହିଥିବା ଛାତ୍ର ଅଶାନ୍ତି କ୍ରମଶଃ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି । ବିଶେଷ କରି ବାମପନ୍ଥୀ ଗୋଷ୍ଠୀଙ୍କ ପକ୍ଷରୁ ଏହି ଛାତ୍ର ଆନେ୍ଦାଳନକୁ ଅଧିକ ସମର୍ଥନ ମିଳୁଥିବା ଲକ୍ଷ୍ୟ କରାଯାଇଛି । ଏହି ଆନେ୍ଦାଳନ ସମର୍ଥନରେ ଅଲ ଇନ୍ଦିଆ ଡେମକ୍ରେଟିକ୍ ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ (ଏଆଇଡିଏସଓ), ବାଲେଶ୍ୱର ଶାଖା ପକ୍ଷରୁ ସହରର ଫାନ୍ଦିଛକଠାରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ‘ଏଆଇଡିଏସଓ’ର ଜିଲ୍ଲା ଆବାହକ ପ୍ରଶାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ କୃଷ୍ଣ ପଟ୍ଟାୟତ, ସୁଶାନ୍ତ ଜେନା, ଆସମାନ ରାଜ ପ୍ରମୁଖ ଛାତ୍ରନେତାଙ୍କ ସମେତ ବାମପନ୍ଥୀ ତଥା ଶ୍ରମିକ ନେତା ଭାଗବତ ପ୍ରତିହାରୀ, ପ୍ରେମରଞ୍ଜନ ପାତ୍ର, ସନ୍ଧ୍ୟା ଦାସମଜୁମଦାର ପ୍ରମୁଖ ଯୋଗଦେଇ ସରକାରଙ୍କ ସାମ୍ପ୍ରତିକ ଶିକ୍ଷାନୀତି ଓ ଛାତ୍ରଛାତ୍ରୀଙ୍କ ଫି’ ବୃଦ୍ଧି ନିଷ୍ପତିକୁ ତୀବ୍ର ସମାଲୋଚନା କରିଥିଲେ । ଟୁ୍ୟସନ ଫି’ଠାରୁ ଆରମ୍ଭ କରି ହଷ୍ଟେଲ ଫି’ ପର୍ଯ୍ୟନ୍ତ ଏକକାଳୀନ ୩୦ରୁ ୪୦ ଗୁଣା ଅର୍ଥ ବୃଦ୍ଧି କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ଜେଏନୟୁରୁ ଆରମ୍ଭ ହୋଇଥିବା ଏହି ଫି’ ବୃଦ୍ଧି ନୀତି କ୍ରମଶଃ ସମଗ୍ର ଦେଶକୁ ବ୍ୟାପିବା ସହିତ ଗରିବ ମେଧାବୀମାନେ ଶେଷରେ ଉଚ୍ଚଶିକ୍ଷାରୁ ବଞ୍ଚôତ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*