ବ୍ୟାପମ ଘୋଟାଲା ସବୁ ଅଭିଯୁକ୍ତ ଦୋଷୀସାବ୍ୟସ୍ତ, ୨୫ରେ ଦନ୍ଦାଦେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

୨୦୧୩ ମସିହାରେ ବ୍ୟାପକ୍‌ ପୁଲିସ୍‌ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଗଡବଡ ମାମଲାର ସମସ୍ତ ୩୧ ଜଣ ଅଭିଯୁକ୍ତଙ୍କୁ ଗୁରୁବାର ସ୍ୱତନ୍ତ୍ର ସିବିଆଇ ଅଦାଲତ ଦୋଷୀସାବ୍ୟକ୍ତ କରିଛନ୍ତି । ଆସନ୍ତା ନଭେମ୍ବର ୨୫ରେ କୋର୍ଟ ଦୋଷୀଙ୍କୁ ଦନ୍ଦ ଶୁଣାଇବେ ବୋଲି ଜଣାପଡିଛି । ସିବିଆଇ ଏହି ମାମଲାରେ ୩୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା । ସମସ୍ତ ଅଭିଯୁକ୍ତ ଜାମିନ୍‌ ପାଇ ବାହାରେ ଥିଲେ । କୋର୍ଟଙ୍କ ନିଦେ୍ର୍ଦଶ ଆସିବା ପରେ ସେମାନଙ୍କୁ ହାଜତକୁ ପଠାଇ ଦିଆଯାଇଛି ।
୨୦୧୩ ଜୁଲାଇ ୭ରେ ପିଏମଟି ପରୀକ୍ଷା ଅବସରରେ ବ୍ୟାପମ୍‌ ଘୋଟାଲା ସାମନାକୁ ଆସିଥିଲା । ଇନେ୍ଦାରରେ ଏକ ଗୋଷ୍ଠୀକୁ ପୁଲିସ୍‌ ଗିରଫ କରିବା ପରେ ଏହାର ପର୍ଦ୍ଦାଫାଶ ହୋଇଥିଲା । ଏହି ଗୋଷ୍ଠୀ ପିଏମଟି ପରୀକ୍ଷାରେ ଜାଲ୍‌ ପରୀକ୍ଷାର୍ଥୀଙ୍କୁ ବସାଇବାର କାର୍ଯ୍ୟ କରୁଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୨୦୧୩ରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଏସଟିଏଫକୁ ହସ୍ତାନ୍ତର କରିଥିଲେ । ପରେ ସିବିଆଇ ୨୦୧୫ରେ ମାମଲାର ତଦନ୍ତଭାର ନିଜ ହାତକୁ ନେଇଥିଲା । ସରକାରଙ୍କ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମା, ତାଙ୍କର ଆଇଏସଡି ଓପି ଶୁକ୍ଳା, ଭାଜପା ନେତା ସୁଧୀର ଶର୍ମା, ରାଜ୍ୟପାଳଙ୍କ ଆଇଏସଡି ଥିବା ଧନଞ୍ଜୟ ଯାଦବ, ବ୍ୟାପମଙ୍କ ନିୟନ୍ତ୍ରକ ଥିବା ପଙ୍କଜ ତ୍ରିବେଦୀ, କମ୍ପୁ୍ୟଟର ଏନାଲିଷ୍ଟ ନିତିନ ମୋହିନ୍ଦ୍ରା ଇତିମଧ୍ୟରେ ଏହି ମାମଲାରେ ଜେଲ୍‌ ଯାଇସାରିଛନ୍ତି । ପାଖାପାଖି ୨୦୦୦ ଲୋକ ଏହି ମାମଲାରେ ଜେଲ୍‌ ଯାଇଥିବାବେଳେ ୪୦୦ରୁ ଊଦ୍ଧ୍ୱର୍ ଲୋକ ଫେରାର ହୋଇଯାଇଥିଲେ । ଇତିମଧ୍ୟରେ ଏହି ମାମଲାରେ ସଂପୃକ୍ତ ଥିବା ୫୦ ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହୋଇସାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*