ବ୍ୟାଙ୍କ ମିଶ୍ରଣ ଦ୍ୱାରା କର୍ମଚାରୀ ପ୍ରଭାବିତ ହେବେନାହିଁ: ଠାକୁର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମୋଦୀ ସରକାରଙ୍କ ପକ୍ଷରୁ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବିଲୟ ଘୋଷଣା କରାଯାଇଛି । ଏହି ଘୋଷଣାକୁ ବ୍ୟାଙ୍କ ସଂଗଠନମାନେ ବିରୋଧ କରୁଛନ୍ତି । ସେମାନଙ୍କ ମନରେ ଓ ସାଧାରଣ ଲୋକଙ୍କ ମନରେ ଏହି ଭୟ ସୃଷ୍ଟି ହୋଇଛି ଯେ, ବିଲୟ ପରେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବ । ହେଲେ ଏବେ ସରକାର ଏହି ଆଶଙ୍କାକୁ ଖାରଜ କରିାବ ସହ କହିଛନ୍ତି ଯେ, ବ୍ୟାଙ୍କ ବିଲୟ କ୍ଷେତ୍ରରେ କର୍ମଚାରୀ ସ୍ୱାର୍ଥକୁ ରକ୍ଷା କରାଯିବ ଏବଂ ଗ୍ରାହକଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ ।
ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ବିଭିନ୍ନ ବ୍ୟାଙ୍କର ବିଲୟ ଦ୍ୱାରା ବ୍ୟାଙ୍କ ମଜବୁତ ହେବ ଏବଂ ପ୍ରତିଯୋଗିତାମୂଳକ ବଜାରରେ ସେମାନେ ନିଜକୁ ଠିଆ କରିପାରିବେ । ଏହା ମଧ୍ୟ ସୁନିଶ୍ଚିତ କରାଯାଇଛି ଯେ, କୌଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ । ଠାକୁର ଆହୁରି କହିଛନ୍ତି ଯେ, ବିଲୟ ଦ୍ୱାରା କର୍ମଚାରୀମାନେ ଅଧିକ ଫାଇଦା ପାଇବେ । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉଛି । ୧୯୯୮ରେ ନରସିଂହାନ୍‌ କମିଟି ଏବଂ ପରେ ଲୀଲାଧର କମିଟି ବ୍ୟାଙ୍କ ବିଲୟର ସୁପାରିସ କରିଥିଲେ । ସୂଚନାଯୋଗ୍ୟ ଯେ, ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ବିଲୟ କରି ଚାରୋଟି ବ୍ୟାଙ୍କରେ ପରିବତ୍ତନ ପାଇଁ ମଞ୍ଜୁର ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*