ବ୍ୟାଙ୍କ ଋଣ ଏବଂ ଇଏମଆଇକୁ ନେଇ ଆସିପାରେ ଭଲ ଖବର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନାକୁ ନେଇ ଅର୍ଥ ବ୍ୟବସ୍ଥାରେ ଯେଉଁ ଅସୁବିଧା ଜନକ ସ୍ଥିତି ସୃଷ୍ଟି ହେଉଛି ତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସେ ସାଧାରଣ ଲୋକଙ୍କୁ ବ୍ୟାଙ୍କ ଋଣ ଏବଂ ଇଏମଆଇ କ୍ଷେତ୍ରରେ ଆଶ୍ୱସ୍ତି ମିଳିପାରେ ବୋଲି ସଙ୍କେତ ଦେଇଛନ୍ତି ।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଟାସ୍କଫୋର୍ସର ନିୟମିତ ବୈଠକ ଚାଲିଛି । ଟାସ୍କଫୋର୍ସ ନିକଟକୁ ଯେଉଁ ପ୍ରସ୍ତାବ ଆସୁଛି ତାକୁ ଅର୍ଥ ବ୍ୟବସ୍ଥାର ସ୍ୱାର୍ଥ ଦୃଷ୍ଟିରୁ ବିଚାରକୁ ନିଆଯାଉଛି । ବ୍ୟାଙ୍କ ଋଣ ଏବଂ ଇଏମଆଇ ପ୍ରସଙ୍ଗରେ ମଧ୍ୟ ବିଚାର ବିମର୍ଷ ଚାଲିଛି । ଆଜି କିଛି ଘୋଷଣା କରାଗଲା, ହେଲେ ଏହା ଶେଷ ନୁହେଁ, ବରଂ ପ୍ରଥମ । ଆଗକୁ ଆଗକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଘୋଷଣା କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*