ବ୍ୟବସାୟିକ ମାହୋଲ୍‌ ଭଲ ହେଲେ ନିୟାମକରେ ସ୍ଥିରତା ଆବଶ୍ୟକ: ବେଜୋସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଆମାଜନର ସଂସ୍ଥାପକ ଜେଫ୍‌ ବେଜୋସ୍‌ କହିଛନ୍ତି ଯେ, କମ୍ପାନୀ ଭାରତରେ ଭଲ ପ୍ରଦର୍ଶନ କରୁଛି । ତେବେ ଏଠାରେ ନିୟାମକର ସ୍ଥିରତା ଆବଶ୍ୟକତା ରହିଛି । ବେଜୋସଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କ’ଣ ଭାରତ ବଦଳୁଥିବା ନୀତି ଆମାଜନ୍‌ ପାଇଁ ଚିନ୍ତାର ବିଷୟ । ଏହାର ଉତ୍ତରରେ ସେ କହିଥିଲେ ଯେ, ଆମେ କେବଳ ଏତିକି ଚାହୁଁ ଭାରତରେ ନିୟାମକର ସ୍ଥିରତା ରହୁ । ଯେଉଁ ବି ନିୟମ କରାଯାଉଛି, ତାହା ସମୟ ସହ ସ୍ଥିର ରହୁ । ମୁଁ ଏହି ଆଶା କରୁଛି ।
ବୋଜେସ କହିଛନ୍ତି ଯେ, ଆମାଜନ ଭାରତରେ ବେଶ୍‌ ଭଲ ପ୍ରଦର୍ଶନ କରୁଛି । ଆମେ ବ୍ୟବସାୟ ଦ୍ରୁତ ଗତିରେ ଆଗକୁ ବଢୁଛି । ସୂଚନାନୁସାରେ ଜାନୁୟାରୀ ମାସରେ ବୋଜେସ୍‌ ଭାରତ ଗସ୍ତରେ ଆସିପାରନ୍ତି ଏବଂ ଏହି ସମୟରେ ସେ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*