ବ୍ୟଙ୍ଗ ଓ ହାସ୍ୟଧର୍ମୀ ଲେଖା ସମାଜର ଦର୍ପଣ ସଦୃଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ବସନ୍ତ ମିଶ୍ରଙ୍କ ସମ୍ପାଦିତ ବ୍ୟଙ୍ଗ ଓ ହାସ୍ୟଧର୍ମୀ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ର ସାରଦିଆ ସଂଖ୍ୟା ଓ ଶ୍ରୀମତୀ ମିଶ୍ରଙ୍କର ଗୀତିକବିତା ସଂକଳନ ‘ବସନ୍ତର ମହକ’ର ଶୁଭ ଲୋକାର୍ପଣ ଭଦ୍ରକର ରାଜୀବ ମେଡ଼ିକେୟାର ପରିସରରେ କରୁଣାକର ବେହୁରିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସାରସ୍ୱତ ସମାରୋହରେ ଉନ୍ମୋଚିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ ଓ ମୁଖ୍ୟବକ୍ତା ଭାବରେ ଡ. ନରହରି ବେହେରା ଯୋଗ ଦେଇ ବ୍ୟଙ୍ଗ ଓ ହାସ୍ୟଧର୍ମୀ ଲେଖା ସମାଜର ଦର୍ପଣ ସଦୃଶ ଓ ଏହା ସମାଜରେ ଦେଖାଯାଉଥିବା କଳୁଷିତକୁ ସୁଧାରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।
ଲିଚି ଶିବଚନ୍ଦନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ ପ୍ରଦାନ କରିଥିଲା ବେଳେ ଗୌତମ ମହାରଣା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଆଣିଥିଲେ ଓ ବିଜୟ କୁମାର ବହଳୀଙ୍କ ବେଦ ପାଠରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପରୋକ୍ତ ସଭାରେ ସାମଗ୍ରିକ କୃତି ପାଇଁ ଗୀତାରାଣୀ ଆଇଚଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଓ ମାନପତ୍ର ପାଠ କରିଥିଲେ ରଶ୍ମିତା ଦାଶ । ଶ୍ରୀମତୀ ମିଶ୍ରଙ୍କର ଗୀତି କବିତା ସଂକଳନ ‘ବସନ୍ତର ମହକ’କୁ ଅଭୟ କୁମାର ଦାସ ସମୀକ୍ଷା କରି ଗୀତି କବିତା ପାଇଁ ଉପଯୁକ୍ତ ଶବ୍ଦ ଚୟନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ବହିରୁ ଅନୁରାଧା ମିଶ୍ର ଓ ରଶ୍ମିତା ଦାଶ ଯଥାକ୍ରମେ ଦୁଇଟି କବିତା ପାଠ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*