ବ୍ଳକସ୍ତରୀୟ ବିଜ୍ଞାନ ମେଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : କୋଣାର୍କ

ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କସ୍ଥିତ କୋଣାର୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପ ବ୍ଳକସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । କୋଣାର୍କ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜ୍ଞାନ ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାଶ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋପ ବ୍ଳକ ଶିକ୍ଷାଧିକାରୀ ବସନ୍ତ କୁମାର ମିଶ୍ର, ସହକାରୀ ବ୍ଳକ ଶିକ୍ଷାଧିକାରୀ ବ୍ରଜବନ୍ଧୁ ବେହେରା, କମଳିନୀ ବେହେରା, ପ୍ରଭାସ କୁମାର କରନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ପରିପ୍ରକାଶ ସହ ବିଜ୍ଞାନ ମେଳା ଆୟୋଜନ ହେବା ସହ ବିଜ୍ଞାନ ପ୍ରତି ଆକୃଷ୍ଠ କରିବା ସହ ସେମାନଙ୍କୁ ବୈଜ୍ଞାନିକ ହେବା ଦିଗରେ ନୂତନ ପ୍ରେରଣା ଓ ଦିଗଦର୍ଶନ ଯୋଗାଇବାରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ରାମକୃଷ୍ଣ ମହାନ୍ତ, ଶିକ୍ଷୟିତ୍ରୀ ତୃପ୍ତୀମୟୀ ବେହେରା ଓ ସ୍ମୃତିରେଖା ବରାଳ ପ୍ରମୁଖ ସଂଯୋଜନା କରିଥିଲେ । ଏହି ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ କ୍ରୀଡ଼ା, ଯୁବସେବା ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ କୋଣାର୍କ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି ପାଇଁ ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*