ବ୍ଲକ୍‌ସ୍ତରୀୟ ମତ୍ସ୍ୟଚାଷ ପ୍ରଶିକ୍ଷଣ ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ
ନାଉଗାଁ

ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ସ୍ୱୟଂ ସହାୟକ ଦଳମାନଙ୍କୁ ନେଇ ଏକ ବ୍ଲକସ୍ତରୀୟ ମତ୍ସ୍ୟଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟଅତିଥି ଭାବେ ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସମ୍ମାନୀତ ଅତିଥି ଭାବେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ସିଡିପିଓ ରାସେଶ୍ୱରୀ ମହାନ୍ତି ପ୍ରମୁଖ ଯୋଗ ଦେଇ କିପରି ସ୍ୱଳ୍ପ ଖର୍ଚ୍ଚରେ ମାଛ ଚାଷ କରି ଅଧିକ ରୋଜଗାର କରି ପାରିବେ ଗୁରୁତ୍ୱାରୋପ କରିଥିଲେ ।
ଏହି ଶିବିରରେ ନାଉଗାଁ ସହାୟକ ମତ୍ସ୍ୟ ଅଧିକାରୀ ରଞ୍ଜିତ କୁମାର ରାଉତ, ନାଉଗାଁ କନିଷ୍ଠ ମତ୍ସ୍ୟ ଅଧିକାରୀ ଦେବୀ ପ୍ରସାଦ କାନୁନଗୋ ଆଦି ଯୋଗ ଦେଇ ମତ୍ସ୍ୟଚାଷ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ନାଉଗାଁ ବ୍ଲକର ୧୩ଟି ଓ ବାଲିକୁଦା ବ୍ଲକର ୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦ଜଣ ମହିଳା ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*