ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡା

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୧୯ ଚିତ୍ରଡ଼ା ଜବାହର ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଥିବା । ବ୍ଲକ ଶିକ୍ଷା ବିଭାଗ ତରଫରୁ ଶିକ୍ଷା ଅଧିକାରୀ ସୁଦାମ ଚନ୍ଦ୍ର ଧଳଙ୍କ ପୌରହିତ୍ୟରେ ଉଦଘାଟନ ସଭା ଅନୁଷ୍ଠିତ ହୋଇଥିଲା । ଚିତ୍ରଡା କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସୁରଭିକୁ ଉଦଘାଟନ କରିଥିଲେ । ସାମ୍ବାଦିକ ରଣଜିତ କୁମାର ସାହୁ, ଜବାହର ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତ, ଗୋପବନ୍ଧୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ସେଠୀ, ଏବିଇଓ ରମାକାନ୍ତ ମହାନ୍ତି, ସୁଖଲତା ଦାସ ଓ ସତିଶ ଚନ୍ଦ୍ର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଶିକ୍ଷକ ଅରୁଣ ବେହେରା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଛାତ୍ରଛାତ୍ରଙ୍କ ମଧ୍ୟରେ ୧୭ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିôଲା । ଏଥିରୁ ୧୬ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଓ ଗୋଟିଏ ଦଳ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଇ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ବିଆରଟି ନବନିତା ସାହୁ, ସିଆରସିସି ଗଦାଧର ମହାନ୍ତ ଓ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*