ବ୍ଲକସ୍ତରୀୟ ବିଜ୍ଞାନ ମେଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବେତନଟୀ

ବେତନଟୀ ବ୍ଲକ ଅଧିନ ମୁନିଲାଲ ଉଚ୍ଚ ବିଦ୍ୟାଳୟରେ ବେତନଟୀ ବ୍ଲକସ୍ତରୀୟ ବିଜ୍ଞନ ମେଳା ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞନ ମେଳା ଉଦଘାଟନି ଉତ୍ସବରେ ଅତିଥି ଭାବେ ବେତନଟୀ ବ୍ଲକ ବିଡିଓ ସ୍ମୃତି ରଞ୍ଜନ ମଲ୍ଲିକ, ବ୍ଳକ ଉପାଧ୍ୟକ୍ଷା ଅମ୍ବିକା ବାରିକ, ବିଆରସିସି କାଳିଚରଣ ମହାନ୍ତ, ଏବିଇଓ ଶ୍ରୀ ନାୟକ, ଜିଲ୍ଲା ନିରୀକ୍ଷକ ଡ. ସରୋଜ ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ମୋଟ ୮୮ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଉକ୍ତ ପ୍ରକଳ୍ପର ମୂଲ୍ୟାୟଙ୍କନ ପାଇଁ ବିଷ୍ଣୁଚରଣ ବେହେରା ଏବଂ ଦେବବ୍ରତ ରାଉତ ଯୋଗଦାନ କରିଥିଲେ । ଏହିସବୁ ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନିତ ହୋଇଥିଲା । ପରିଶେଷରେ ପିଲାମାନଙ୍କ ମଧ୍ୟରେ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ଦିଲ୍ଲୀପ ଧଳ, ଭବେଶ ସାହୁ, ମୀନକେତନ ସ୍ୱାଇଁ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*