ବ୍ଲକସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : କାକଟପୁର

ବ୍ଲକସ୍ତରୀୟ ବିଜ୍ଞାନମେଳା କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାକଟପୁର ବ୍ଲକର ୧୪୮ ସରକାରୀ ଓ ୫୧ଟି ବେସରକାରୀ ବିଦ୍ୟାଳୟଗୁଡିକରୁ ମୋଟ ୧୯୯ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୯ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ବିଜ୍ଞାନମେଳାରେ ମୁଖ୍ୟଅତିଥି ରାଜ୍ୟ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ବକ୍ତା କିଟ୍ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ସ୍ୱାଇଁ, ୭ନଂ ଜିଲ୍ଲା ପରିଷଦ ସଭ୍ୟ ଛବି ପରିଡା, ସହଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ଜେନା ପ୍ରମୁଖଙ୍କ ସମେତ ୧୫ଟି କ୍ଲଷ୍ଟରର ସିଆରସିସି ସମୂହ ଉପସ୍ଥିତ ରହି କୁନି କୁନି ବୈଜ୍ଞାନିକମାନଙ୍କୁ ସେମାନଙ୍କର ଗବେଷଣା ଉପରେ ଆଲୋକପାତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*