ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲେ ପ୍ରମୋଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଡେନମାର୍କର କୋପେନହାଗେନଠାରେ ଅନୁଷ୍ଠିତ ହେଉଥିବା ଡେନମାର୍କ ଓପନ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତଙ୍କୁ ଦୁଇଟି ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଶନିବାର ଦିନ ସେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସର ସେମି ଫାଇନାଲ ମ୍ୟାଚ ହାରିଛନ୍ତି । ଶନିବାର ସିଙ୍ଗଲ୍ସ ସେମିରେ ପ୍ରମୋଦ ନିଜ ଡବଲ୍ସ ଯୋଡ଼ିଦାର ମନୋଜ ସରକାରଙ୍କ ପାଖରୁ ୧୫-୨୧ ଓ ୧୬-୨୧ରେ ହାରିଯାଇଥିଲେ । ଡବଲ୍ସ ସେମିରେ ପ୍ରମୋଦ ଓ ମନୋଜ ଭାରତୀୟ ଯୋଡ଼ି ବିକ୍ରମ ଓ ସୁହାସଙ୍କ ପାଖରୁ ୨୦-୨୨ ଓ ୧୫-୨୧ରେ ମଧ୍ୟ ହାରିଥିଲେ ମ୍ୟାଚ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*