ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ବ୍ରାଜିଲ ଗସ୍ତରେ ମୋଦୀ ପୁଟିନ୍‌, ଜିନ୍‌ପିଙ୍ଗ୍‌ଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ତମ ବ୍ରିକ୍ସ ସମ୍ମିଳନୀ(ନଭେମ୍ବର ୧୩-୧୪)ରେ ଯୋଗ ଦେବାକୁ ମଙ୍ଗଳବାର ବ୍ରାଜିଲ ଗସ୍ତ କରିଛନ୍ତି । ଏହାସହ ମୋଦୀ ଷଷ୍ଠ ଥର ପାଇଁ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍‌ ବୈଠକ ଡକାଇଥିବା ମଧ୍ୟ ଜଣାପଡିଛି ।
ଚଳିତ ଥର ବ୍ରିକ୍ସ ସମ୍ମିଳନୀର ଥିମ ‘ଉନ୍ନତ ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି’ ରହିଛି । ବ୍ରାଜିଲ୍‌ ଗସ୍ତବେଳେ ମୋଦୀଙ୍କ ସହ ଏକ ବାଣିଝ୍ୟ ସହ ସଂପୃକ୍ତ ଏକ ବଡ ପ୍ରତିନିଧିମନ୍ଦଳୀ ଯାଇଥିବା ଜଣାପଡିଛି । ଏହି ପ୍ରତିନିଧିମନ୍ଦଳୀ ମୁଖ୍ୟତଃ ବ୍ରିକ୍ସ ବିଜନେସ୍‌ ଫୋରମରେ ଅଂଶଗ୍ରହଣ କରିବ । ସୂଚନା ଅନୁସାରେ ଏହି ସମ୍ମିଳନୀ ଅବସରରେ ମୋଦୀ, ଋଷ ରାଷ୍ଟ୍ରପତି ଭ୍ଲାଦମୀର ପୁଟିନ୍‌ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହ ଦ୍ୱିପାକ୍ଷୀୟ ଆଲୋଚନା କରିବେ । ସେହିପରି ପ୍ରଧାନମନ୍ତ୍ରୀଙ୍କର ବ୍ରିକ୍ସ ବିଜନେସ ଫୋରମର ଉଦଯାପନୀ ସମାରୋହ ଏବଂ ବ୍ରିକ୍ସର ଉଭୟ ଉଦଘାଟନ ଏବଂ ଉଦଯାପନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ଅଧିବେଶନରେ ସମସ୍ତ ନେତା ପରସ୍ପର ସହ ଆର୍ଥିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିବେ । ବ୍ରିକ୍ସ୍‌ ବିଜନେସ୍‌ କାଉନସିଲ ବୈଠକରେ କିଛି ଏମଓୟୁ ସ୍ୱାକ୍ଷର ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ବିଶ୍ୱର ୫ ବଡ ଅର୍ଥବ୍ୟବସ୍ଥା ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ୍‌ ଗଠନ ହୋଇଛି । ବ୍ରିକ୍ସ ରାଷ୍ଟ୍ର ସମୂହର ଜନସଂଖ୍ୟା ପୁରା ବିଶ୍ୱ ଜନସଂଖ୍ୟାର ୪୨% ହୋଇଥିବାବେଳେ ଜିଡିପିରେ ଏହାର ଭାଗ ୨୩% ଅଟେ । ସେହିପରି ବିଶ୍ୱ ବାଣିଜ୍ୟରେ ବିଶ୍ୱ ରାଷ୍ଟ୍ର ସମୂହର ଅଂଶ ୧୭% ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*