ବୈଦେଶିକ ମନ୍ତ୍ରୀଙ୍କ ସାର୍କ ବୈଠକବେଳେ ପାକିସ୍ତାନର ଡ୍ରାମା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନ୍ୟୁୟର୍କ

ନ୍ୟୁୟର୍କରେ ଗୁରୁବାର ସାର୍କ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କୁ୍ୟରେଶୀଙ୍କ ହାଇ ଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ଭାରତର ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର ଉଦ୍‌ବୋଧନ ଦେଉଥିବା ବେଳେ ମହମ୍ମୁଦ କୁ୍ୟରେଶୀ ଏହି ବୈଠକକୁ ବହିଷ୍କାର କରିଥିଲେ । ତେବେ ଜୟଶଙ୍କରଙ୍କ ଉଦ୍‌ବୋଧନ ଶେଷ ହେବା ପରେ କୁ୍ୟରେଶୀ ବୈଠକରେ ସାମିଲ ହୋଇଥିଲେ ।
ରିପୋର୍ଟରୁ ଜଣାପଡ଼ିଛି ଯେ, ଜୟଶଙ୍କର ୪୫ ମିନିଟ ପର୍ଯ୍ୟନ୍ତ ସାର୍କ ଦେଶର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ଜୟଶଙ୍କର ନିଜର ଉଦ୍‌ବୋଧନ ଶେଷ କରିବା ପରେ ବୈଠକରୁ ପଳାଇ ଆସିଥିଲେ । ପାକିସ୍ତାନର ଏଭଳି ବ୍ୟବହାରକୁ ନେଇ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ, ଆତଙ୍କବାଦକୁ ନିପାତ କରିବା ହେଉଛି ଆମର ପ୍ରଥମ ସର୍ତ୍ତ । ଅପରପକ୍ଷରେ କୁ୍ୟରେଶୀଙ୍କ ବୈଠକ ବହିଷ୍କାରକୁ ନେଇ ଜଣେ ଭାରତୀୟ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାକିସ୍ତାନର ଏଭଳି ଡ୍ରାମାରେ କୌଣସି କାର୍ଯ୍ୟ ସଫଳ ହେବ ନାହିଁ ବରଂ ସାର୍କ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଲାଗି ପାକିସ୍ତାନକୁ ଅନୁକୂଳ ପରିବେଶ ବନାଇବାକୁ ପଡ଼ିବ । ଏହା ପରେ ବୈଠକର ଶେଷ ୩୦ ମିନିଟରେ କୁ୍ୟରେଶୀ ସାମିଲ ହୋଇଥିଲେ । କାଶ୍ମୀର ପ୍ରସଙ୍ଗରେ ମନାନ୍ତର ଥିବାରୁ ଭାରତ ପକ୍ଷ ରଖୁଥିବା ବେଳେ ଉପସ୍ଥିତ ହୋଇନଥିବା କୁ୍ୟରେଶୀ କହିଛନ୍ତି ।
ସୂଚନା ଥାଉ ଯେ, ୨୦୧୮ରେ ଜମ୍ମୁ ଓ କାଶ୍ମୀରରେ ପୁଲିସ୍‌ କର୍ମୀଙ୍କୁ ହତ୍ୟା ଏବଂ ପାକିସ୍ତାନରେ କାଶ୍ମୀର ଆତଙ୍କବାଦୀର ଡାକ ଟିକେଟ ଜାରି କରିବାକୁ ବିରୋଧ କରି ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସାର୍କ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରୁ ବାହାରକୁ ଚାଲି ଆସିଥିଲେ । ଏହା ପୂର୍ବରୁ ୨୦୧୬ରେ ସାର୍କର ବୈଠକ ଇସ୍‌ଲାମାବାଦରେ ରଖାଯାଇଥିବା ବେଳେ ଭାରତ ଏଥିରେ ସାମିଲ ହୋଇନଥିଲା । ଏହି ସମୟରେ ଉରୀରେ ସୈନ୍ୟ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଭାରତ ପରେ ବାଂଲାଦେଶ, ଭୂଟାନ ଏବଂ ଆଫ୍‌ଗାନିସ୍ତାନ ମଧ୍ୟ ପରେ ବୈଠକରେ ଯୋଗ ଦେବା ଲାଗି ମନା କରିଦେଇଥିଲେ । ଫଳରେ ଇସ୍‌ଲାମାବାଦଠାରେ ହେବାକୁ ଥିବା ବୈଠକକୁ ସ୍ଥଗିତ ରଖାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*