ବେସାହାରାଙ୍କୁ ରନ୍ଧା ଖାଦ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ମହାକାଳପଡା

ମହାମାରୀ କୋରନା ଭାଇରସ୍ ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟ ବ୍ୟାପି ଲକ୍ ଡାଉନ୍ ଘୋଷଣା ପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପୁରା ସଜାଗ । ଲୋକଙ୍କୁ ଘରୁ ବାହାରିବାକୁ ସରକାରଙ୍କ ପକ୍ଷରୁ ବାରଣ କରାଯିବା ପରେ ରାସ୍ତା ଘାଟ ଶୁନ୍ ଶାନ । ଦୋକାନ ବଜାରରେ ତାଲା । କାଁ ଭାଁ ଜରୁରୀ କାମକୁ ଛାଡି ଦେଲେ ନିଜର ଜୀବନ ବଞ୍ଚାଇବାକୁ ଲୋକେ ବି ସଚେତନତାର ସହିତ ଘରୁ ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳୁଛି ।
ତେବେ ଘର ନଥିବା ମଣିଷ ଓ ମାନସୀକ ବିକୃତ ବ୍ୟକ୍ତି ବିଭିନ୍ନ ଛକ ବଜାରରେ ବୁଲୁଥିବା ବେଳେ ଏବେ ବେସାହାରା ପାଲଟି ଯାଇଛନ୍ତି । ଲକ୍ ଡାଉନର ତୃତୀୟ ଦିନରେ ଏମାନଙ୍କ ପାଇଁ ବାହାରି ଆସିଛନ୍ତି କିଛି ସଚେତନ ଯୁବକ । ଘର ଛାଡି ବିଭିନ୍ନ ଛକରେ ବୁଲୁଥିବା ଏହି ବେସେହାରା ମଣିଷ ମାନେ ଦୋକାନ ବଜାର ହେଉ କିମ୍ବା କାହା ଘରୁ ମାଗି କିରି ଦୁଇ ଓଳା ପେଟ ପୁରା କରିଥାନ୍ତି । ରାତି ହେଲେ କିଏ କାହା ଦୋକାନ ବାରନ୍ଦାରେ ଶୋଇ ଯାଏ । ଏବେ ଏମାନେ ବନ୍ଦ ଦୋକାନକୁ ବଲ ବଲ କରି ଚାହୁଁ ଥିବା ବେଳେ ଭୋକରେ ଆଉଟ୍ ପାଉଟ୍ । ଭୋକର ଜ୍ୱାଳା ସହି ନପାରି କିଏ ଯାତ୍ରୀ ବିଶ୍ରାମା ଗାରରେ ତ ଆଉ କିଏ କେଉିଁ ଦୋକାନ ଛାଇରେ ଶୋଇ ଯାଇଥିବା ଦେଖିବାକୁ ମିଳିଛି ।
ଏମିତି ବେସାହାରା ଲୋକଙ୍କ କରୁଣ ଅବସ୍ଥା ଦେଖେ ଆଗକୁ ଆସିଛନ୍ତି ସ୍ଥାନୀୟ ଯୁବକ । ପେଟକୁ ମୁଠାଏ ଦାନା ଦେବାକୁ ମିଳିତ ଉଦ୍ୟମ କରିଛନ୍ତି । ସ୍ଥାନୀୟ ମାର୍ଶାଘାଇ କେନାଲ ବ୍ରିଜ୍ ଛକରେ ରୋଷେଇ କରି ଏହି ଠାରୁ ୧୦ କିମି ଦୂରତା ମଧ୍ୟରେ ଥିବା ବେସାହାରା ଲୋକଙ୍କୁ ଖୋଜି ଖୋଜି ଖାଦ୍ୟ ଯୋଗାଇଛନ୍ତି । କେନାଲବ୍ରିଜ୍ ଠାରୁ ମଙ୍ଗଳପୁର ଛାକ, ଛଘରିଆ ଛକରୁ ହଳଦିଆ ଗୋଡା ଓ ପାଟକୁରା ରାସ୍ତାରେ ଥିବା ମଣିଷ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାଣି ପାଉଚ୍ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ମାନବିକତା ପ୍ରଦର୍ଶନ କରୁଥିବା ଏହି ଯୁବକ ମାନେ ମଙ୍ଗଳବାର ୩୫ ଜଙ୍କୁ ଖାଦ୍ୟ ପ୍ରଦାନ କରିଥିବା ବେଳେ ନିଜେ କରୋନା ସତର୍କତା ଅବଲମ୍ବନ କରିଥିଲେ । ଏହି ଯୁବକଙ୍କ ସହିତଙ୍କ ସହିତ ସ୍ଥାନୀୟ ମାର୍ଶାଘାଇ ପୁଲିସ ମଧ୍ୟ ଏହି ବେସାହାରା ଲୋକଙ୍କ ପାଇଁ ସାଥି ହୋଇଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*