ବେତନଟୀ-ବଡ଼ସାହି ବିକାଶ ମଞ୍ଚର ବୈଠକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବୈଶିଙ୍ଗା

ବେତନଟୀ ଓ ବଡସାହି ବ୍ଲକର କେତେକ ସଚେତନ ନାଗରିକଙ୍କ ସହଯୋଗରେ ଗଠିତ ବିକାଶ ମଞ୍ଚ । ଏହି ମଞ୍ଚ ତରଫରୁ ବେତନଟୀକୁ ସବଡିଭିଜନ ଘୋଷଣା କରିବାକୁ ଦାବି କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ବିଭାଗୀୟ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ବିକାଶ ମଞ୍ଚର ସଦସ୍ୟ ଅରୁଣ ଓତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିକାଶ ମଞ୍ଚର ୭ମ ବୈଠକ ସ୍ଥାନୀୟ ଧର୍ମଶାଳା ପରିସରରେ ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେତନଟୀରେ ସ୍ଥାୟୀ ବସଷ୍ଟାନ୍ଦ ନଥିବାରୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦୀର୍ଘ ଦିନ ଧରି ବଡ଼ସହି ଜନସାଧାରଣ ଦାବି କରିଆସୁଥିବା ସବଟ୍ରେଜେରୀ ଓ ସବରେଜିଷ୍ଟାର କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଚେଷ୍ଟା କରିଆସୁଥିଲେ ମଧ୍ୟ ଏହା ହୋଇପାରୁନଥିଲା । ଫଳରେ ବିକାଶ ମଞ୍ଚ ଏଥିନିମନ୍ତେ ଧ୍ୟାନ ଦେବା ସହିତ ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ କରିବା ନିମନ୍ତେ ସଦସ୍ୟ ସଚ୍ଚିଦାନନ୍ଦ ମହାନ୍ତି, ନରେନ୍ଦ୍ର ସିଂ ଓ ରାଜେନ୍ଦ୍ର କୁମାର ଜେନାଙ୍କ ସମେତ ମୁରଲୀ ନାଏକଙ୍କୁ ଦାୟିତ୍ୱ ଅର୍ପଣ କରିଛି । ସେମାନେ ୮ଦିନ ମଧ୍ୟରେ ସେମାନେ ତାଙ୍କର ଆବଶ୍ୟକୀୟ କାଗଜପତ୍ର ମଞ୍ଚ ନିକଟରେ ଜମା କରିବାକୁ ଅନୁରୋଧ କରାଯାଇଥିଲା । ବୈଶିଙ୍ଗା ଓ ବଡସାହି ଥାନା ଅଞ୍ଚଳରେ ଫାନ୍ଦି ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ବିକାଶ ମଞ୍ଚ ବୈଠକରେ ନିଷ୍ପତି ହେବା ପରେ ବୈଶିଙ୍ଗା ଥାନା ଅଧୀନ ଅଁଳା-ହରିପୁର ଓ ବଡସାହି ଥାନା ଅଧୀନ ସାନକେରୋକଠାରେ ଫାନ୍ଦି ପ୍ରତିଷ୍ଠା ନିମନ୍ତେ ମଞ୍ଚ ଦାବି କରିବ ବୋଲି ସିନ୍ଧାନ୍ତ ନିଆଯାଇ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ ଘରୋଇ ବିଭାଗକୁ ସ୍ମାରକପତ୍ର ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଗତ ଜୁଲାଇ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବଡସାହି ନିର୍ବାଚନମନ୍ଦଳୀକୁ ପ୍ରଥମ ଗସ୍ତରେ ବେତନଟୀ ଆସିଥିବା ସମୟରେ ସଂସ୍କୃତି ଭବନରେ ସିଭିଲ ସୋସାଇଟି ପକ୍ଷରୁ ବଡସାହି ନିର୍ବାଚନମନ୍ଦଳୀରେ କେନ୍ଦ୍ରୀୟ ପଶୁ ଓ ମତ୍ସ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା । ତାହା ମଧ୍ୟ ହୋଇ ପାରି ନାହିଁ । ଦୀର୍ଘ ଦିନ ଧରି ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ହୋଇ ପଡିରହିଥିବାବେଳେ ଏହାକୁ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ମଞ୍ଚ ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ଥିର କରାଯାଇଥିଲା । ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିବା ମୟୂରଭଞ୍ଜ ମାଟିର ସୁଯୋଗ୍ୟ ସନ୍ତାନ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯିବା ନିମନ୍ତେ ସ୍ଥିର ହୋଇଥିବାରୁ ବିକାଶ ମଞ୍ଚ ଏଥିରେ ସାମିଲ ହେବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । ବୈଠକରେ କୈଳାଶଚନ୍ଦ୍ର ଅଗ୍ରୱାଲ, ଚୁଡାମଣୀ ମହାପାତ୍ର, ସୁବୋଧ ଦନ୍ଦପାଟ, ସୀତାନାଥ ବେହେରା, ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*