ବେଆଇନ ମୋରମ ଉତ୍ତୋଳନ ପାଇଁ ଅବାଧ ଗଛକଟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ବୌଦ୍ଧ

ବୃକ୍ଷରୋପଣ ଓ ନୂତନ ବନୀକରଣକୁ ଅଗ୍ରାଧିକାର ଦେବା ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ସେହିପରି ଜଙ୍ଗଲ ସୁରକ୍ଷା ପାଇଁ ବେଆଇନ ଭାବେ ଗଛ କାଟିବା କିମ୍ବା ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଛି । ହେଲେ ଏତେ ସବୁ କଟକଣା ଥିବା ସତ୍ତ୍ୱେ ବୌଦ୍ଧ ଜିଲ୍ଲାରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କ ଖାମଖିଆଲି ଓ ବେପରୁଆ ନୀତି ଯୋଗୁଁ ହରଭଙ୍ଗା ବ୍ଲକର ସଙ୍କୁଲୋଇ ପଞ୍ଚାୟତ ଅନ୍ତର୍ଗତ ପାଣିଘରା ଗ୍ରାମ୍ୟ ଜଙ୍ଗଲରେ ଜନୈକ ଠିକାଦାର ମୋରମ ଉତ୍ତୋଳନ କରିବା ପାଇଁ ବେଆଇନ ଭାବେ ବହୁ ବଡ ବଡ ମୂଲ୍ୟବାନ ଗଛ କାଟି ଦେଇଥିବା ଘଟଣା ଜଣାପଡିଛି ।
ଏ ସମ୍ପର୍କରେ ବୌଦ୍ଧ ବନଖନ୍ଦର ପୁରୁଣାକଟକ ରେଞ୍ଜ ଅଧିକାରୀ ନାରାୟଣ ସ୍ୱାଇଁଙ୍କୁ ପଚାରିବାରୁ ଏ ନେଇ ତାଙ୍କ ନିକଟରେ କୌଣସି ସୂଚନା ନଥିବା କହିବା ସହିତ ମୁଁ ବର୍ତ୍ତମାନ ସଙ୍ଗେ ସଙ୍ଗେ ସେଠାକାର ଦାୟିତ୍ୱରେ ଥିବା ବନରକ୍ଷୀକୁ ପଠାଇ ଘଟଣାର ଅନୁସନ୍ଧାନ କରୁଛି । ଯଦି ବେଆଇନ ଭାବେ ସେଭଳି ଗଛ କଟା ହୋଇଥାଏ ତା’ ହେଲେ ନିଶ୍ଚିତ ରୂପେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏନେଇ ହରଭଙ୍ଗା ତହସିଲଦାର ବବିତାରାଣୀ ଦଳବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଅଞ୍ଚଳରେ ମୋରମ ଉତ୍ତୋଳନ କରିବାକୁ ଆମ କାର୍ଯ୍ୟାଳୟରେ କେହି ଆବେଦନ କରି ନାହାଁନ୍ତି କିମ୍ବା ଆମେ କାହାରିକୁ ଅନୁମତି ଦେଇ ନାହୁଁ । ମୁଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଘଟଣା ସ୍ଥଳକୁ ପଠାଇ ତଦନ୍ତ କରିବା ପରେ ମତାମତ ରଖିବି ବୋଲି କହିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥାଟି ହେଲା ପୂର୍ତ୍ତ ରାସ୍ତା କଡକୁ ଲାଗି ରହିଥିବା ଗ୍ରାମ୍ୟ ଜଙ୍ଗଲରେ ବଡ ବଡ ଗଛ କଟାଯାଇ ବିସ୍ତୃତ ଅଞ୍ଚଳରୁ ବ୍ୟାପକ ମୋରମ ଉତ୍ତୋଳନ କରି ଅନ୍ୟତ୍ର ଚାଲାଣ ହେଉଥିଲେ ମଧ୍ୟ ବନ ବିଭାଗ ଓ ରାଜସ୍ୱ ବିଭାଗ ଏହାର ସାମାନ୍ୟତମ ସୂଚନା କିଭଳି ପାଇ ପାରିଲେ ନାହିଁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*