ବେଆଇନ ମଦ କୋଠି ବନ୍ଦ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଧର୍ମଗଡ଼

ବେଆଇନ ଭାବେ ଚାଲୁଥିବା ମଦ କୋଠିଗୁଡିକୁ ବନ୍ଦ କରିବା ପାଇଁ ଦୁର୍ନୀତି ବିରୋଧି ମହାସଂଘ ଗୋଳାମୁନ୍ଦା ତରଫରୁ ଦୁର୍ନୀତି ବିରୋଧି ମହାସଂଘ ଗୋଳାମୁନ୍ଦାର ସଭାପତି ତଥା ସମାଜସେବୀ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ କଳାହାନ୍ଦି ଅବକାରୀ ଅଧୀକ୍ଷକ ଡମ୍ବରୁଧର ଖନ୍ଦାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ସୂଚନାନୁସାରେ ଲକ୍ଷ୍ମୀ ନାରାୟଣ ମନମୋହନ ଲାଲ ନାମରେ ଗୋଳାମୁନ୍ଦା ଥାନା ଅଧିନସ୍ଥ ହଳଦୀ, ଦଶପୁର, ବନ୍ଧାଗାଁ ଓ ଅମାଠୋଲା ଠାରେ ଲାଇସେନ୍ସପ୍ରାପ୍ତ ମଦଭାଟି ରହିଛି । ତେବେ ଏହି ଲାଇସେନ୍ସପ୍ରାପ୍ତ ମଦ ଭାଟିରୁ ନିୟମିତ ଭାବରେ ୯ଟି ଗ୍ରାମପଞ୍ଚାୟତର ୫୦ଟି ଗ୍ରାମକୁ ବେଆଇନ ଭାବରେ ଦେଶୀ ମଦ ଚାଲାଣ ହୋଇ ବେଆଇନ ଭାବେ ମ୍ୟାନେଜରଙ୍କ ଦ୍ୱାରା ଖୋଲାଯାଇଥିବା ମଦ କୋଠିଗୁଡିକରେ ବିକ୍ରି ହେଉଛି । ଏ ନେଇ ଦୁର୍ନୀତି ବିରୋଧି ମହାସଂଘ ତରଫରୁ ବିଗତ ଦିନରେ ଧର୍ମଗଡ଼ ସିନାପାଲି ମୁଖ୍ୟ ରାସ୍ତାକୁ ବନ୍ଦ କରିବା ସହିତ ଆନେ୍ଦାଳନ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ତେବେ ୧୫ ଦିନ ମଧ୍ୟରେ ଯଦି ଲାଇସେନ୍ସପ୍ରାପ୍ତ ମଦଭାଟିରୁ ବେଆଇନ ଭାବେ ଗାଁ ଗାଁରେ ମଦ ଯୋଗାଇବା ବନ୍ଦ ନ କରାଯାଏ ତେବେ ଦୁର୍ନୀତି ବିରୋଧି ମହାସଂଘ ଓ ଏସ୍‌ସି ଏସ୍‌ଟି ଓବିସି ମହିଳା ବିକାଶ ପରିଷଦ ତରଫରୁ ମଦ ଚାଲାଣ ସମୟରେ ଧରି ଜୋରଜବରଦସ୍ତ ଫିଙ୍ଗିବା ସହିତ ଏଥିପାଇଁ ଉକ୍ତ ମଦ ଚାଲାଣ କରୁଥିବା ବ୍ୟକ୍ତି ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେବା ସହିତ ଅବକାରୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*