ବେଆଇନ ଗୋ-ଚାଲାଣ ୬୦୦ରୁ ଊଦ୍ଧ୍ୱର୍ ଗୋରୁ ଉଦ୍ଧାର,୨୧ଗୋରୁ ମୃତ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଢେଙ୍କାନାଳ/ଭୁବନ

ଆଉ ମାତ୍ର ୧ କି.ମି ଯାଇଥିଲେ ଯାଜପୁର ଜିଲା ଜେନାପୁର ଥାନା ହୋଇଥାନ୍ତି । ଢେଙ୍କାନାଳ ଜିଲା ପ୍ରଶାସନ ମୁନ୍ଦରୁ ହଟିଥାନ୍ତା କାଳିମା । ବିଳମ୍ବିତ ରାତିରେ କଟକ ପୁଲିସର ସ୍ୱେଶାଲ ସ୍କ୍ୱାର୍ଡ ପିଛା କରି ଢେଙ୍କାନାଳ ଜିଲାର ନିହଳପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମ ନିକଟରେ ୬ ଗୋରୁ ବୋଝେଇ କଣ୍ଟେନରକୁ ଧରିଥିଲେ । ଏଥିରେ ୬୦୦ରୁ ଅଧିକ ଗୋରୁ ଚୋରାଚାଲାଣ ହେଉଥିଲେ । ତେବେ ଏହି ଜବତ ସମୟରେ ଢେଙ୍କାନାଳ ଜିଲା ସୀମାନ୍ତ ଗ୍ରାମ ନିହଳପ୍ରସାଦ ଥାନା ଅଧିନସ୍ଥ ନିତ୍ୟାନନ୍ଦପୁର ଗ୍ରାମ ଶିବ ମନ୍ଦିର ନିକଟରେ ଗୋରୁ ମାଫିଆ ଓ କଟକ ସ୍ୱାଡ ମଧ୍ୟରେ ହୋଇଥିଲା ଖନ୍ଦ ଯୁଦ୍ଧ । ୬ଟି ଗୋରୁ ବୋଝେଇ କଣ୍ଟେନର, ୩ଟି ଏସକର୍ଟ ଗାଡି ଜବତ ହୋଇଥିବା ବେଳେ ୬ ଜଣଙ୍କୁ ପୁଲିସ ଅଟକ ରଖିଛି । ପ୍ରାୟ ୧୦ରୁ ଊଦ୍ଧ୍ୱର୍ ମାଫିଆ ବିଲ ମାଳ ଓ ପୋଖରୀରେ ପହଁରି ପଳାଇ ଯାଇଥିବା ଜଣାଯାଇଛି ।
ଶୁକ୍ରବାର ବିଳମ୍ବିତ ରାତିରେ ମାଫିଆମାନେ ଅତି ନିର୍ଦ୍ଦୟ ଓ ଦୟନୀୟ ଅବସ୍ଥାରେ ପ୍ରାୟ ୬୦୦ରୁ ଅଧିକ ଜୀବିତ ଓ ୨୧ ମୃତ ଗୋ ସଂପଦଙ୍କୁ ବୋଝେଇ କରି ଖୋର୍ଦ୍ଧା ଜିଲା ବୋଲଗଡରୁ କଲିକତା ଚାଲାଣ କରୁଥିଲେ । ବାଲେଶ୍ୱର ଶେରଗଡ ଟୋଲଗେଟ ଠାରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳର କର୍ମୀମାନଙ୍କ ଦ୍ୱାରା ଗୋଟିଏ କଣ୍ଟେନର ଜବତ କରାଯାଇଥିଲା । ଏହା ଜଣାପଡିବା ପରେ ଗାଡଗୁଡିକ ଆଉ ଆଗକୁ ଯାଇ ନଥିଲେ । ପଡିଯାଇଥିଲେ ପୁଲିସ କବ୍‌ଜାରେ । ଏହା ପଛରେ ରହିଥିବା ବଡ ଧରଣର ଆର୍ନ୍ତଜାତୀୟ ଗୋଚାଲାଣ ରାକେଟ ରହିଥିବା ଏବଂ ଏହାର ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ପୂର୍ବତନ ଜିଲା ପରିଷଦ ସଜଳେନ୍ଦ୍ର ଜେନା କହିଛନ୍ତି ।
ଏହି ଘଟଣାରେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କୁଶପଲ୍ଲା ଗ୍ରାମର ଦୈତାରୀ ସେଠୀଙ୍କ ପୁଅ ସୁଶାନ୍ତ ସେଠୀ (୨୬), କଟକ ଜିଲା ତିଗିରିଆ ଥାନା କରଡାପଲ୍ଲୀ ଗ୍ରାମର ସଲିମ ଖାଁ (୨୪), ଖନ୍ଦଗିରି ଥାନା ଯଦୁପୁର ଗ୍ରାମର ସେଖ ଅବଦୁଲ ରେହମନ(୩୮), ଖୋର୍ଦ୍ଧା ଥାନା ତାରତୁଆ ଗ୍ରାମର ଅମିର ଖାଁ (୧୯), ପଶ୍ଚିମବଙ୍ଗଳାର ହାୱାଡା ଜିଲା କଲବେଡିଆ ଥାନା କଲବେଡିଆ ଗ୍ରାମର ଏସକେ ସିହାନୁଲା (୩୦)ଙ୍କୁ ଗିରଫ କରାଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ଅନୁପମା ଜେମ୍ସ ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ର ଘଟଣାସ୍ଥଳରେ ପହଁଚି ଗୋରୁଗୁଡିକୁ ଗାଡିରୁ ଓହ୍ଲାଇ ସମସ୍ତ ସେବା ଯୋଗାଇ ଦେଇଥିଲେ । ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକ ସରୋଜକାନ୍ତ ସାହୁ, ଗଁଦିଆ ତହସିଲଦାର ମୋନାଲିସା ଦେବତା ଅତିରିକ୍ତ ତହସିଲଦାର ସୁଶାନ୍ତ ମିଶ୍ର ଗୋରୁଗୁଡିକଙ୍କୁ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ତତ୍ପର ହୋଇଥିଲେ । ଜବତ ଗାଡିରୁ ୫ ହଜାର ଟଙ୍କା ଜବତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ କିନ୍ତୁ ଭିନ୍ନ ପ୍ରକାର । ଏହି ଗାଡିରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ଶୁଣାଯାଉଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*