ବୃକ୍ଷରୋପଣ କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭନ୍ଦାରିପୋଖରୀ

ଭନ୍ଦାରିପୋଖରୀ ବ୍ଲକର ମଣିନାଥପୁର ବୈତରଣୀ ନଦୀବନ୍ଧ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଥିଲା । ଗ୍ରାମ ମୁରବୀ ବସନ୍ତ କୁମାର ବେଉରିଆଙ୍କ ସଂଯୋଜନାରେ ତଥା ଷୋଳମପୁର ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ବିଶ୍ୱମ୍ଭର ରାଉତଙ୍କ ସହଯୋଗରେ ନଡିଆ, ଆମ୍ବ, ଜାମ୍ବ, ନିମ୍ବ, ରାଧାଚୁଡା, କୃଷ୍ଣଚୁଡା, ଅର୍ଜ୍ଜୁନ, ଆକାଶୀ ଆଦି ଚାରାଗଛ ରୋପଣ କରାଯାଇ ସୁରକ୍ଷା ବାଡ ସ୍ଥାପନା କରାଯାଇଥିଲା । ବୃକ୍ଷରୋପଣରେ ସହଯୋଗ କରିଥିବା ଉତ୍ସାହି ବ୍ୟକ୍ତି ନରେନ୍ଦ୍ର କୁମାର ବେଉରିଆ ଚାରଗଛର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରମେଶ ଚନ୍ଦ୍ର ରାଉତ, ଅଜୟ ସେଠୀ, ବୃକ୍ଷପ୍ରେମୀ ଦେବୀପ୍ରସାଦ ବେଉରିଆ, ଅଲେଖ ବାବା ଅରକ୍ଷିତ ଦାସ ମହାରାଜ ପ୍ରମୁଖ ବୃକ୍ଷରୋପଣରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*