ବୁଲ୍‌ବୁଲ୍‌ ଯିବ ବାଂଲାଦେଶ, ତଥାପି ସତର୍କ ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ବଙ୍ଗୋପସାଗରରେ ପାରାଦୀପର ଦକ୍ଷିଣପୂର୍ବ ୨୧୦ କିମି ଦୂରରେ କେନ୍ଦିଭୂତ ସାମୁଦ୍ରିକ ଝଡ଼ ବୁଲୁବୁଲୁ ଏବେ ଭୟଙ୍କର ବାତ୍ୟାର ରୂପ ନେଇଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ବୁଲୁବୁଲୁ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୧୭ କିମି ବେଗରେ ଗତି କରୁଛି । ଏହା ଶନିବାର ପୂବାହ୍ଣରେ ଉତ୍ତର ମୁହାଁ ହୋଇ ସୁନ୍ଦରବନ ଆଡକୁ ଗତି କରିବ । ୯ ତାରିଖ ମଧ୍ୟରାତି୍ରରୁ ୧୦ ତାରିଖ ସକାଳ ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ସାଗର ଉପଦ୍ୱୀପ ଓ ସୁନ୍ଦରବନ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ଏହି ସମୟରେ ଘଣ୍ଟାକୁ ୧୧୦ରୁ ୧୩୫ କିମି ବେଗରେ ପବନ ପ୍ରବାହିତ ହେବ । ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସହିତ ପବନର ବେଗ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସାମୁଦ୍ରିକ ଝଡ଼ର ଗତି ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଆଲୋଚନା କରି ଏହାର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । ଶୁକ୍ରବାର ଦିନ ଏନେଇ କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ମୁକାବିଲା ନେଇ ଆଲୋଚନା କରାଯାଇଛି ।
ସାମୁଦ୍ରିକ ଝଡ଼ର ମୁକାବିଲା ସହିତ ଲୋକଙ୍କ ଧନଜୀବନ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା ଚାଲୁ ରହିଛି । ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହ ଓଡିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ସମୁଦ୍ର ଅଶାନ୍ତ ରହିଥିବାରୁ ମାଛ ମାରିବାକୁ ଯାଇଥିବା ପଶ୍ଚିମବଙ୍ଗର ୫୦ଟି ଟ୍ରଲର ଏବେ ସମୁଦ୍ର ମଧ୍ୟରେ ଫଶିଯାଇଛି । ଏହି ମତ୍ସ୍ୟଜୀବୀମାନେ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚôବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ନହେବାରୁ ଉଦ୍ଧାର ପାଇଁ ନିବେଦନ କରିଥିଲେ । କେନ୍ଦ୍ର କ୍ୟାବିନେଟ୍‌ ସଚିବ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହି ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳରେ ପହଞ୍ଚାଇବାକୁ ନିଦେ୍ର୍ଦଶ ଦିଆଯାଇଛି । ପୂର୍ବ ମେଦିନୀପୁର ଜିଲ୍ଲାର ଉପକୂଳରେ ଥିବା କଣ୍ଟେଇ ନିକଟରେ ଏହି ଟ୍ରଲରଗୁଡ଼ିକ ଆଗକୁ ଯାଇ ନପାରିବାରୁ ସେମାନଙ୍କୁ ଧାମରା ଓ କେନ୍ଦ୍ରାପଡ଼ାର ତାଳଚୁଆ ବନ୍ଦର ନିକଟକୁ ସୁରକ୍ଷିତ ଭାବେ ଅଣାଯାଉଛି । ଅପରାହ୍ନ ସୁଦ୍ଧା ୩୨ଟି ଟ୍ରଲର ଧାମରା ମୁହାଣ ମଧ୍ୟରେ ପ୍ରବେଶ କରିଥିବା ବେଳେ ଅନ୍ୟ ଟ୍ରଲରଗୁଡ଼ିକ ପହଁଞ୍ଚôବାକୁ ପ୍ରୟାସ କରୁଛନ୍ତି । ପ୍ରତ୍ୟେକ ଟ୍ରଲର୍‌ରେ ୨୦ ଜଣ ଲେଖାଏଁ ମତ୍ସ୍ୟଜୀବୀ ଥିବାରୁ ସେମାନଙ୍କୁ ଓଡ଼ିଶା ସରକାର ସହାୟତା କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେମାନଙ୍କ ରହଣି ସହିତ ଖାଦ୍ୟପ୍ରେୟର ବ୍ୟବସ୍ଥା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଟ୍ରଲର୍‌ରେ ଥିବା ମାଛଗୁଡ଼ିକ ଏଠାରେ ବିକି୍ର କରିଦେବା ପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି ।
ବୈଠକ ସମ୍ପର୍କରେ ସୂଚନା ରଖି ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି ଯେ, ବୁଲୁବୁଲୁ ପ୍ରଭାବରେ ଶୁକ୍ରବାର ମଧ୍ୟାହ୍ନରୁ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସହିତ ଘଣ୍ଟାକୁ ୨୫ରୁ ୩୫ କିମି ବେଗରେ ପବନ ବହୁଛି । ଶନିବାର ଦିନ ମଧ୍ୟରାତ୍ରି ପରେ ବୁଲୁବୁଲୁ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓଡ଼ିଶା ଉପକୂଳର ୯ଟି ଜିଲ୍ଲାରେ ବର୍ଷା ସହ ପବନ ଲାଗି ରହିବ । ଏହି ସମୟରେ ଘଣ୍ଟାକୁ ୫୫ ରୁ ୮୫ କିମି ପର୍ଯ୍ୟନ୍ତ ପବନ ବହିବାର ଆଶଙ୍କା କରାଯାଇଛି । ଏହି ସମୟରେ ପୁରୀର ପେଣ୍ଠକଟା ଭଳି ସମୁଦ୍ର କୂଳରେ ରହୁଥିବା ବସ୍ତି ବାସିନ୍ଦାମାନଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ।
ବର୍ଷା ଓ ପବନ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଝାଟିମାଟି ଘର ଓ କଚ୍ଚା ଘର ଭାଙ୍ଗିଯିବା ସହିତ ଗଛ, ଧାନ ଫସଲ ଏବଂ ପନିପରିବା ଚାଷ ଉପରେ ପ୍ରଭାବ ପଡ଼ିବ । ଅମଳ ହେବାକୁ ଥିବା ଶସ୍ୟ ତାର୍ପୋଲିନ୍‌ ଓ ପଲିଥିନ ଦ୍ୱାରା ଘୋଡ଼ାଇ ରଖିବାକୁ କୃଷି ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ପବନର ବେଗ ଅଧିକ ରହୁଥିବାରୁ ଏହି ସମୟରେ ଲୋକେ ଘରୁ ପଦାକୁ ନବାହାରିବାକୁ ଏସ୍‌ଆର୍‌ସି ନିବେଦନ କରିଛନ୍ତି । ସ୍ଥିତି ମୁକାବିଲା ପାଇଁ ୯ଟି ଜିଲ୍ଲାରେ ଦୁଇଟି ଲେଖାଏଁ ଓଡ୍ରାଫ୍‌ ଟିମ୍‌ ଓ ୬ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତ୍ତୟନ କରାଯାଇଛି । କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହ ଆଲୋଚନା ବେଳେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସକ୍ରିୟ ରଖିବା ପାଇଁ କରାଯାଇଥିବା ଅନୁରୋଧ ଗ୍ରହଣ ହୋଇଛି । କେନ୍ଦ୍ର ସରକାର ଏନେଇ ଟେଲିକମ୍‌ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ବର୍ଷା ଓ ପବନର ପ୍ରଭାବ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ସହିତ ଅଙ୍ଗନବାଡ଼ିଗୁଡ଼ିକ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଜିଠାରୁ ୪ଟି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଶନିବାର ଦିନ ଅନ୍ୟ ୫ଟି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବ । ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ସହିତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହିତ ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ସାମାନ୍ୟ ବର୍ଷା ହେବ ବୋଲି ଜଣାପଡ଼ିଛି । ସମସ୍ତ ପ୍ରକାର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ବୋଲି ଏସ୍‌ଆର୍‌ସି ଗଣମାଧ୍ୟମକୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ ଆମେ ପ୍ରସ୍ତୁତ
ସମ୍ଭାବ୍ୟ ସାମୁଦ୍ରିକ ଝଡର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନା ଆଧାରରେ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟ ସରକାର ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସାହସର ସହିତ ମୁକାବିଲା କରିବା : ଧର୍ମେନ୍ଦ୍ର
ଆମେ ଏହି ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ସାହସର ସହିତ ମୁକାବିଲା କରିବା । ବିଶେଷ ଭାବରେ ଯୁବପିଢ଼ିମାନେ ଏହି ବିପଦ ଘଡ଼ିରେ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାନ୍ତୁ ବୋଲି ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’ ନେଇ ଟ୍ୱିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ରାଜ୍ୟର ଉପକୂଳବର୍ତ୍ତୀ ଜିଲା ଯଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସାଧାରଣ ଲୋକମାନେ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କତାକୁ ମାନନ୍ତୁ । ମୁଁ ମୋ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଅନୁରୋଧ କରୁଛି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକମାନଙ୍କ ସହ ଠିଆ ହୁଅନ୍ତୁ । ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ କାହାର କିଛି କ୍ଷତି ନହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ସେ ଉଲ୍ଲେଖ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*