ବି-ଟାଉନ୍‌ର ନୂଆ ଯୋଡ଼ି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ରେ ଏବେ ଚାଲିଛି ପ୍ରେମୀ ଯୁଗଳଙ୍କ ଋତୁ । ରଣବୀର-ଆଲିଆ, ମଲାଇକା-ଅର୍ଜୁନ୍‌, କାର୍ତ୍ତିକ୍‌-ସାରା ଏବଂ ସୁଶାନ୍ତ ରାଜପୁତ୍‌-ରିୟା ଚକ୍ରବର୍ତ୍ତୀଙ୍କ ପରେ ଏବେ ଏକ ନୂଆ ପେମୀ ଯୁଗଳଙ୍କ ସନ୍ଧାନ ମିଳିଛି । ସେମାନେ ହେଲେ ଭିକ୍କି କୌଶାଲ ଏବଂ କ୍ୟାଟ୍‌ରୀନାଙ୍କ ଯୋଡ଼ି । ହଁ, ଭିକ୍କି କୌଶାଳ ଏବଂ କ୍ୟାଟ୍‌ରୀନା କୈଫ୍‌ଙ୍କ ମଧ୍ୟରେ ଦିନକୁ ଦିନ ବଢ଼ିଚାଲିଥିବା ଘନିଷ୍ଠତା ଏବେ ବି-ଟାଉନ୍‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହର୍‌ଲିନ୍‌ ସେଠୀଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଭିକ୍କିଙ୍କ ନାମ ଏବେ କ୍ୟାଟ୍‌ରୀନାଙ୍କ ସହ ଯୋଡ଼ା ଯାଉଛି । ଗତ କିଛିଦିନ ତଳେ ଦୁହିଁଙ୍କୁ ସେମାନଙ୍କର ଏକ କମନ୍‌ ଫ୍ରେନ୍ଦଙ୍କ ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା । ଉଭୟେ ସିରିୟସ୍‌ ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଏହାଛଡ଼ା ଉଭୟଙ୍କୁ ବଲିଉଡ୍‌ର ବିଭିନ୍ନ ପାର୍ଟି ଏବଂ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି । ଏଇ ନିକଟରେ ଦୁହିଁଙ୍କୁ ଏକତ୍ର ଡିନର୍‌ ଡେଟ୍‌ କରୁଥିବା ମଧ୍ୟ ସ୍ପଟ୍‌ କରାଯାଇଛି । ଦୁହେଁ ମୁମ୍ବାଇର ହେମନ୍ତ ଓବେରୟଜ୍‌ ରେଷ୍ଟୋରାଣ୍ଟରେ ପହଞ୍ଚôଥିଲେ । ଏହି ସମୟରେ ଦୁହିଁଙ୍କ ଏକ ଫଟୋ ସୋଶିଆଲ ସାଇଟ୍‌ରେ ଘୂରି ବୁଲିଥିଲା । ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କୁ ଦିୱାଲି ପାର୍ଟିରେ ସ୍ପଟ୍‌ କରାଯାଇଥିଲା । ଏହାର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ପ୍ରଥମେ ଭିକ୍କି ଏବଂ ପରେ କ୍ୟାଟ୍‌ରୀନା ବାହାରକୁ ଆସି ନିଜ ନିଜ କାର୍‌ରେ ଘରକୁ ପଳାଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟେ ଫଟୋଗ୍ରାଫର୍‌ଙ୍କୁ ଫଟୋ ଉଠାଇବାକୁ ସ୍ପଷ୍ଟ ମନା କରିଦେଇଥିଲେ ।
ସୂଚନା ଥାଉ ଯେ, କରଣ ଜୋହରଙ୍କ ଟକ୍‌ ଶୋ’ରେ ଯେତେବେଳେ କ୍ୟାଟ୍‌ରୀନାଙ୍କୁ ପଚରାଗଲା ଯେ, ଏବେକାର ଅଭିନେତାମାନଙ୍କ ମଧ୍ୟରେ କାହା ସହିତ କାମ କରିବାକୁ ସେ ପସନ୍ଦ କରିବେ? ତେବେ ଉତ୍ତରରେ ସେ ଭିକ୍କିଙ୍କ ନାମ ନେଇଥିଲେ । ଭିକ୍କିଙ୍କ ନାମ କ୍ୟାଟ୍‌ରୀନାଙ୍କ ବ୍ୟତୀତ ଅଭିନେତ୍ରୀ ମାଲବିକା ମେହନନ୍‌ଙ୍କ ସହିତ ମଧ୍ୟ ଯୋଡ଼ା ଯାଇସାରିଛି । ମାଲବିକା ୨୦୧୭ରେ ରିଲିଜ୍‌ ହୋଇଥିବା ମାଜିଦିଦ୍‌ ମଜିଦିଙ୍କ ଫିଲ୍ମ ‘ବିୟନ୍ଦ୍‌ ଦି କ୍ଳାଉଡ୍‌ସ’ରେ ନଜର ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*