ବିହାରରେ ସମସ୍ତ ୪୦ ଆସନରୁ ଲଢିବ ବସପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପାଟନା
ଲୋକସଭା ନିର୍ବାଚନରେ ବସପା ବିହାରରେ ଗଠବନ୍ଧନରେ ସାମିଲ ହେବନାହିଁ । ଦଳ ଏକୁଟିଆ ସମସ୍ତ ୪୦ଟି ଆସନରୁ ନିର୍ବାଚନ ଲଢିବାର ଏକପ୍ରକାର ଚୁଡାନ୍ତ ନିଷ୍ପତ୍ତି ନେଇସାରିଛି । ଏହି କ୍ରମରେ ବସପା ସୁପି୍ରମୋ ମାୟାବତୀ ରାଜ୍ୟର ନେତାମାନଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରିବାର ସୂଚନା ଦେଇଛନ୍ତି ।
ବସପା ପ୍ରଦେଶ ଅଧ୍ୟକ୍ଷ ଭରତ ବିନ୍ଦ ସୋମବାର କହିଛନ୍ତି ଯେ, ଅଧ୍ୟକ୍ଷ ମାୟାବତୀ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିହାର ନିମନ୍ତେ ନିଦେ୍ର୍ଦଶ ଜାରି କରିଛନ୍ତି । ଦଳ ସମସ୍ତ ୪୦ଟି ଆସନରୁ ମଜବୁତ ସହ ନିର୍ବାଚନ ଲଢିବ । ସେ କହିଛନ୍ତି ଯେ, ବିହାରରେ ଆମେ ଆମ ସ୍ଥିତିକୁ ମଜବୁତ କରିବାରେ ଲାଗିଛୁ । ଏଦିଗରେ ଦୀର୍ଘ ଦିନ ପୂର୍ବରୁ ପ୍ରକି୍ରୟା ଆରମ୍ଭ ହୋଇସାରିଛି । ପ୍ରାର୍ଥୀ ଚୟନ ରାଜନୈତିକ ଏବଂ ଜାତିଗତ ଆଧାରକୁ ଦୃଷ୍ଟିରେ ରଖି କରାଯିବ । ଏହି କ୍ରମରେ ଆସନ୍ତା ୨୮ ତାରିଖରେ ମାୟାବତୀ ଦିଲ୍ଲୀରେ ବିହାର ନେତାଙ୍କ ସହ ଆଲୋଚନା କରିବେ । ଆମେ ଆଶା କରୁଛୁ । ମାର୍ଚ୍ଚ ପ୍ରଥମ ସପ୍ତାହରେ ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*