ବିହାରରେ ମଦ ବନ୍ଦ, ସେଥିପାଇଁ ତେଜସ୍ୱି ଅଧିକ ସମୟ ଅନ୍ୟ ରାଜ୍ୟରେ କାଟୁଛନ୍ତି: ଜଦୟୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପାଟନା

ରାଜଦ ନେତା ତେଜସ୍ୱି ଯାଦବ ନିୟମିତ ରାଜ୍ୟ ଛାଡି ବାହାରେ ରହୁଥିବା ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଜଦୟୁ ନେତା ଆରସିପି ସିଂ । ପୂର୍ବରୁ ତେଜସ୍ୱି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ମଦ ମାଫିଆ ବୁଲୁଥିବାର ଅଭିଯୋଗ ଆଣିଥିଲେ । ଏବେ ଏହାର ଜବାବ ରଖିଛନ୍ତି ସିଂ ।
ନୀତୀଶ କୁମାରଙ୍କ ଅତି ଘନିଷ୍ଠ ତଥା ରାଜ୍ୟସଭାରେ ଜଦୟୁ ନେତା ସିଂ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି ଯେ, ଆପଣଙ୍କୁ ଜାଣିବା ଦରକାର ଯେ, ତେଜସ୍ୱି କାହିିଁକ ଅଧିକ ସମୟ ଅନ୍ୟ ରାଜ୍ୟରେ ସମୟ କାଟୁଛନ୍ତି । କାରଣ ହେଉଛି ବିହାରରେ ରାଜ୍ୟ ସରକାର ମଦ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେ ବାହାରେ ରହୁଛନ୍ତି, ତାଙ୍କ ସହ ସବୁବେଳେ ରହୁଛନ୍ତି ମଦ ମାଫିଆ ମାନେ । ଉଲ୍ଲେଖଯୋଗ୍ୟ ଯେ, ତେଜସ୍ୱି ପୂର୍ବରୁ ଟୁଇଟ୍‌ କରିଥିଲେ ଯେ,ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀମାନେ ନିୟମକୁ ଉଲ୍ଲଂଘନ କରି ମଦ ପିଉଛନ୍ତି ଏବଂ ସେମାନଙ୍କ ସହ ସବୁବେଳେ ବୁଲୁଛନ୍ତି ମାଦ ମାଫିଆ ମାନେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*