ବିହାରରେ ପୁରୁଣା ନେତାଙ୍କୁ ଏବେ ଆପଣାଇବ କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ପାଟନା
ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏହାକୁ ନେଇ କଂଗ୍ରେସ ଏବେ ନିଜ ସଙ୍ଗଠନକୁ ମଜବୁତ କରିବାର ପ୍ରକି୍ରୟା ଆରମ୍ଭ କରିଦେଇଛି । ଦଳ ନିଜର ପୁରୁଣା ନେତାଙ୍କୁ ଆପଣାଇବାର ସ୍ଥିର କରିଛି । କୁହାଯାଉଛି ଯେ, ଦଳ ବିରୋଧୀ ଆଚରଣ ପାଇଁ କଂଗ୍ରେସ ଯେଉଁ ନେତାମାନଙ୍କୁ ଦଳରୁ ବିଦା କରିଥିଲା ଏବେ ସେମାନଙ୍କୁ ସସମ୍ମାନେ ଦଳକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛି ।
ବିହାର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମଦନ ମୋହନ ଝା ଦଳର ନେତାମାନଙ୍କ ମଧ୍ୟରେ ଥିବା ମନାନ୍ତର ଓ ମତାନ୍ତର ଦୂର କରିବା ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ଝା ଙ୍କ ଯୁକ୍ତି ହେଉଛି ବନ୍ଧୁ ସବୁବେଳେ ବନ୍ଧୁ । ଅନେକ ନିଲମ୍ବିତ ନେତା ମଧ୍ୟ ଏବେ ଦଳ ପାଇଁ କାମ କରୁଛନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଦଳ ଠାରୁ ଦୂରେଇ ଯାଇଥିବା ନେତାଙ୍କୁ ପୁଣି ଥରେ ଆଣି ଦଳକୁ ମଜବୁତ କରିବାର ଉଦ୍ୟମ ଆରମ୍ଭ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*