ବିଷ ପିଆଇଲେ ଦୁର୍ବୃତ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ନୀଳଗିରି
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଔପଦା ବ୍ଲକ ଦକ୍ଷିଣ ନରସିଂପୁର ପଞ୍ଚାୟତ ରାଜନଗର ଗ୍ରାମର ଗୋବିନ୍ଦ ମଲ୍ଲିକ(୫୫) ବଜାରରୁ ଔଷଧ କିଣି ଘରକୁ ଫେରୁଥିବା ସମୟରେ ୪ରୁ ୫ ଜଣ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଥିଲେ । ଏନେଇ ସେ ପ୍ରତିବାଦ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଜୋରଜବରଦସ୍ତି ବିଷ ପିଆଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*