ବିଷ୍ଣୁ ପୁତ୍ରଙ୍କୁ ଗୋଡଉଚି ମାର୍କସିଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବହୁତ ଚେଷ୍ଟା କରିଥିଲେ ପ୍ରତାପ ଜେନା ଏବଂ ରୁଷି ସାନ୍ତରା । ସାଙ୍ଗରେ ମିଶେଇଥିଲେ ଦାସବର୍ମାଙ୍କୁ । ଉଦେ୍ଦଶ୍ୟ ଥିଲା ଆଉ କାହାକୁ ପ୍ରାର୍ଥୀ କରିବାକୁ । ଏମିତିକି ଜେନାମଣୀ କହିଦେଇଥିଲେ ଯେ, ଏଥର ରଘୁନାଥପୁରରୁ କେହି ହେବେ ପ୍ରାର୍ଥୀ ।
ଜଗତସିଂହପୁରରୁ ଆସି ତିର୍ତ୍ତୋଲରୁ ଗଲାଥର ପ୍ରାର୍ଥୀ ହେଇଥିଲେ ବିଷ୍ଣୁ । ଅସୁସ୍ଥ ଥାଇ ପ୍ରଚାରକୁ ନଯାଇ ଏବଂ ରାଜଶ୍ରୀଙ୍କ ଭିତିରିଆ ବିରୋଧ ପରେ ବି ବିଷ୍ଣୁ ପ୍ରବଳ ଭୋଟ ପାଇ ଜିଣିଥିଲେ । କିନ୍ତୁ ଦିହ ସାଥ୍‌ ଦେଲାନି । ଆରପୁରକୁ ଚାଲିଯିବାରୁ ଏବେ ନିର୍ବାଚନ ହବାକୁ ଯାଉଚି ।
ସମବେଦନା କାର୍ଡ ଖେଳିବାକୁ ଶଙ୍ଖ ଦଳର ଭାରି ଆଗ୍ରହ । ହେଲେ ପ୍ରତାପ ଯଉଁ ଗେମ୍‌ କରିଥିଲେ, ସେଥିରେ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର କେମିତି ଟିକଟ ନପାଇବ ସେହି ଯୋଜନା ଥିଲା । କୁନା ସିଲଟକୁ ଆଣି ମିଶେଇଥିଲେ ଦଳରେ । ତିର୍ତ୍ତୋଲ ସଭାରେ ପ୍ରତାପଙ୍କ ମତିଗତି ଜାଣିପାରି ବିଜୟ ଶଙ୍କରଙ୍କ ଲୋକେ ପ୍ରବଳ ହଇହାଲା କରିଥିଲେ । ଏପରିକି ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ପଳେଇ ଯାଇଥିଲା ।
ତେବେ ଯାହାହଉ ନିରାପଦ ରହିବାକୁ ମୁଖିଆ ସିମ୍ପାଥି କାର୍ଡ ଖେଳିଲେ ଓ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କଲେ । ବିଜୟ ହଉଚନ୍ତି ବିଷ୍ଣୁଙ୍କ ପୁଅ । ବିଜୟ ସିନା ପ୍ରାର୍ଥୀ ହେଇଗଲେ, ହେଲେ ତାଙ୍କ ପଛେ ପଛେ ଗୋଡଉଚି ମାର୍କସିଟ୍‌ । ସାମାଜିକ ଗଣମାଧ୍ୟମରେ ଯେତିକି ଚର୍ଚ୍ଚା ହେଲାଣି ଲାଗୁଚି ମୁଖିଆ ତାଙ୍କୁ ଶିକ୍ଷାମନ୍ତ୍ରୀ କରିଦେବେ ।
ବାପା ବିଷ୍ଣୁ ସ୍କୁଲ ଗଣଶିକ୍ଷାମନ୍ତ୍ରୀ ଥିବା ବେଳେ ପୁଅ ବିଜୟ ମେଟି୍ରକ ପରୀକ୍ଷା ଦେଇଥିଲେ । ବିଜୟ ଓଡ଼ିଆରେ ୩୯ ରଖିଥିଲେ । କିନ୍ତୁ ମନ୍ତ୍ରୀଙ୍କ ପୁଅ ବୋଲି ମାର୍କ ବଢେଇ ୮୯ କରିଦିଆ ଯାଇଥିଲା । ଇଂରାଜୀରେ ୫୦ ରଖିଥିôବା ବିଜୟ ଜାଲିଆତିରେ ୮୦ ପାଇଥିଲେ । ଅଙ୍କ ଦ୍ୱିତୀୟ ପତ୍ରରେ ୪୦ ଜାଗାରେ ୬୦, ବିଜ୍ଞାନରେ ୪୦ ଜାଗରେ ୫୦ ଏବଂ ସାମାଜିକ ବିଜ୍ଞାନରେ ୪୫ ଜାଗାରେ ୫୪ ମାର୍କ ଦିଆଯାଇଥିଲା ଜାଲିଆତି କରି । ଏହି ମାର୍କ ଜାଲିଆତି ପାଇଁ ବିଷ୍ଣୁଙ୍କର ମନ୍ତ୍ରୀପଦ ଯାଇଥିଲା । ଆଉ ତା’ପରେ ବିଷ୍ଣୁ ମନ୍ତ୍ରୀ ହେଇପାରିନାହାଁନ୍ତି । ମାର୍କ ଜାଲିଆତି କଳଙ୍କ ତାଙ୍କୁ ମନ୍ତ୍ରୀ କରେଇ ଦେଇନାହିଁ ।
ଯଉଁ ପୁଅ ଲାଗି ବିଷ୍ଣୁ ମାର୍କ ଜାଲିଆତି କରିଥିଲେ ଓ ମନ୍ତ୍ରୀପଦ ହରେଇଥିଲେ ସେଇ ପୁଅ ବିଜୟ ଏବେ ତିର୍ତ୍ତୋଲ ଆସନ ଲାଗି ଶଙ୍ଖ ଦଳରୁ ପ୍ରାର୍ଥୀ ହେଇଚନ୍ତି । କିନ୍ତୁ ମାର୍କ ଜାଲିଆତି କଳଙ୍କ ପଛରେ ପଡିଗଲାଣି । ସାମାଜିକ ଗଣମାଧ୍ୟମରେ ତାଙ୍କ ଜାଲି ମାର୍କସିଟ୍‌ ଘୁରୁଚି । ଦେଖାଯାଉ ଇଲେକସନ୍‌ରେ କିଛି ବିଗାଡି ପାରୁଚି କି ନାହିଁ ଏହି ମାର୍କସିଟ୍‌ କଳଙ୍କ ।
ଏମିତିରେ ଦଳ ଭିତରେ କନ୍ଦଳ ପ୍ରବଳ । ତାଙ୍କରି ଦଳର ଲୋକେ ହିଁ ଜାଲି ମାର୍କସିଟ୍‌ ବାଣ୍ଟୁଚନ୍ତି । ଦେଖାଯାଉ ଲୋକେ ସମବେଦନାକୁ ଭୋଟ ଦଉଚନ୍ତି ନା ପ୍ରାର୍ଥୀ ଦେଖି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*