ବିଷାକ୍ତ ବାୟୁ ଘେରରେ ଦିଲ୍ଲୀ ପରିସ୍ଥିତି ଭୟାବହ: ସ୍କୁଲ ବନ୍ଦ, ବିମାନସେବା ବାଧାପ୍ରାପ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ଖରାପରୁ ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚôଛି । ପ୍ରଥମ ଥର ପାଇଁ ଏୟାର କ୍ୱାଲିଟୀ ଇନେ୍ଦକ୍ସ(ଏକୁ୍ୟଆଇ) ୬୦୦ ଉପରକୁ ଯାଇଛି । ଯାହାକି ଜରୁରୀ ସ୍ଥିତିର ସଙ୍କେତ ଦେଉଛି । ଏପରିସ୍ଥିତି ମଧ୍ୟରେ ରବିବାର ଦିଲ୍ଲୀରେ ହାଲୁକା ବର୍ଷା ସ୍ଥିତିକୁ ଅଧିକ ସାଂଘାତିକ୍‌ କରିଦେଇଛି । ଏହି କାରଣରୁ ଅଧିକାଂଶ ଅଞ୍ଚଳରେ ଭିଜିବିଲିଟୀ(ଦୃଶ୍ୟତା) ଖୁବ୍‌ କମ୍‌ ଥିବା ପରିଲକ୍ଷିତ ହୋଇଛି । ଖରାପ ଭିଜିବିଲିଟୀ କାରଣରୁ ରବିବାର ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଗୁଡଗାଓଁ, ଫରିଦାବାଦ, ନୋଏଡା, ଗାଜିଆବାଦ, ମରେଠ ଏବଂ ହାପୁଡ ଅଞ୍ଚଳରେ ମଧ୍ୟ ସ୍କୁଲଗୁଡିକୁ ଆସନ୍ତା ୫ ତାରିଖ ଯାଏ ବନ୍ଦ କରିଦିଆଯାଇଛି । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହୋଇଛି । ପୂର୍ବରୁ ଦିଲ୍ଲୀରେ କେବଳ ସ୍କୁଲଗୁଡିକୁ ୫ ତାରିଖ ଯାଏ ଛୁଟି କରିଦିଆଯାଇଥିଲା । ରାଜଧାନୀ ଦିଲ୍ଲୀର ଏପରି ସ୍ଥିତି ଦେଖି ଏବେ ପରିସ୍ଥିତି ସୁଧାରିବାକୁ ଏବେ କେନ୍ଦ୍ର ସରକାର ମଧ୍ୟ ତତ୍ପର ହୋଇଉଠିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ସଚିବ ଏବଂ କ୍ୟାବିନେଟ୍‌ ସଚିବ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାନାର ବରିଷ୍ଠ ଅଧିକାରୀଙ୍କ ସହ ରବିବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଦିଲ୍ଲୀରେ ବର୍ଦ୍ଧିତ ପ୍ରଦୂଷଣ ସ୍ତର ହ୍ରାସ ସକାଶେ ପଞ୍ଜାବ ଏବଂ ହରିୟାନାର ଅଧିକାରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ହୋଇଥିଲା । ରାଜ୍ୟ ସଚିବମାନଙ୍କୁ ବିଭିନ୍ନ ଜିଲାରେ ନଡା ପୋଡା ଉପରେ ରାତିଦିନ ୨୪ ଘଣ୍ଟା ନଜର ରଖିବାକୁ କୁହାଯାଇଛି । କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାନା ସରକାରଙ୍କୁ ନଡା ପୋଡା କମ୍‌ କରିବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ବୈଠକରେ ରାଜ୍ୟ ସଚିବମାନେ ମଧ୍ୟ ଇତିମଧ୍ୟରେ ସ୍ଥିତି ସୁଧାରିବା ସକାଶେ ସେମାନେ କେଉଁ କେଉଁ ପଦକ୍ଷେପ ନେଇଛନ୍ତି ତାହା କେନ୍ଦ୍ର ସଚିବଙ୍କୁ ଅବଗତ କରାଇଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ୍‌ କରି ଦିଲ୍ଲୀବାସୀଙ୍କୁ ମାକ୍ସ ପିନ୍ଧିବାକୁ ଆହ୍ୱାନ ଦେବା ସହ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୫୦ ଲକ୍ଷ ମାକ୍ସ ବଣ୍ଟା ଯାଇଥିବା କହିଥିଲେ । ହରିୟାନା ଏବଂ ପଞ୍ଜାବରେ ନଡା ଜଳାଯିବା କାରଣରୁ ଏପରି ହେଉଥିବା ସେ ଅଭିଯୋଗ କରିବା ସହ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କୁ ଏଥିରୁ ନିବୃତ୍ତ ରଖିବାକୁ ଅନୁରୋଧ କରିଥିଲେ । ଦିଲ୍ଲୀ ଏକ ଗ୍ୟାସ୍‌ ଚାମ୍ବରରେ ପରିଣତ ହୋଇଯାଇଛି ବୋଲି ସେ କହିଥିଲେ । ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପ୍ୟାନେଲ ଦିଲ୍ଲୀରେ ହେଲଥ୍‌ ଏମର୍ଜେନ୍ସୀ ଜାରି କରିଥିଲେ । ଏହାଛଡା ଦିଲ୍ଲୀରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଏବଂ ବାଣ ଫୁଟା ଉପରେ ମଧ୍‌ୟ ପ୍ରତିବନ୍ଧକ ଲଗାଯାଇଥିଲା ।
ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦିଲ୍ଲୀରେ ବାଦଲ ଛାଇ ରହିବ । କୌଣସି କୌଣସି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଘଣ୍ଟା ପ୍ରତି ୧୫ ରୁ ୨୦ ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏବେ ଏହି କାରଣରୁ କୁହୁଡି ଅଧିକ ହେବ ବୋଲି କୁହାଯାଉଛି ।
ବହୁ ବିମାନ ଡାଇଭର୍ଟ
ରବିବାର ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ବିମାନ ଜାରି କରି କୁହାଯାଇଥିଲା ଯେ, ଖରାପ ପାଣିପାଗ ଏବଂ କମ୍‌ ଭିଜିବିଲିଟୀ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି କାରଣରୁ ସକାଳ ୯ଟାରୁ ଖବର ଲେଖା ହେଲା ବେଳକୁ ୩୭ଟି ବିମାନକୁ ଅନ୍ୟତ୍ର ଡ୍ରାଇଭର୍ଟ କରାଯାଇଛି । ପାଖାପାଖି ୩୨ଟି ବିମାନକୁ ଜୟପୁର, ଅମୃତସର ଏବଂ ଲକ୍ଷ୍ନୌକୁ ଡାଇଭର୍ଟ କରାଯାଇଥିବା ସଂପର୍କରେ ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି ।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଏତେ ଖରାପ ହୋଇଯାଇଛି ଯେ, ବିଶେଷଜ୍ଞମାନେ ଲୋକଙ୍କୁ ବାହାରକୁ ବାହାରିଲେ ମାକ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ବଡସଂଖ୍ୟାରେ ଲୋକମାନେ ମଧ୍ୟ ପ୍ରାତଃ ଭ୍ରମଣ ଏବଂ ସଂଧ୍ୟା ଭ୍ରମଣ ବନ୍ଦ କରିଦେଇଥିବା ମଧ୍ୟ ଦେଖାଯାଇଛି । ଏୟାର କ୍ୱାଲିଟୀ ଇନେ୍ଦକ୍ସ(ଏକୁ୍ୟଆଇ)କୁ ୦-୫୦ ମଧ୍ୟରେ ରହିଲେ ଭଲ ବୋଲି ଧରାଯାଉଥିବାବେଳେ ୫୧-୧୦୦କୁ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟରେ ‘ସ୍ୱାଭାବିକ୍‌’, ୨୦୧ରୁ ୩୦୦ ମଧ୍ୟରେ ଖରାପ ଏବଂ ୪୦୧-୫୦୦ ମଧ୍ୟରେ ରହିବାକୁ ଗମ୍ଭୀର ବୋଲି ଧରାଯାଇଥାଏ ।
ଆଜିଠୁ ଅଡ୍‌-ଇଭିନ୍‌ ଲାଗୁ
ବାୟୁ ପ୍ରଦୂଷଣ ଉପରେ ଲଗାମ୍‌ ଲଗାଇବାକୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ସୋମବାର(୪ ତାରିଖ) ଠାରୁ ଆସନ୍ତା ୧୫ ତାରିଖ ଯାଏ ଅଡ୍‌-ଇଭିନ୍‌ ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି । ବର୍ଦ୍ଧିତ ପ୍ରଦୂଷଣ ପାଇଁ ଦିଲ୍ଲୀବାସୀ ନିଃଶ୍ୱାସପ୍ରଶ୍ୱାସଃ ନେବାରେ ଅସୁବିଧା ଏବଂ ଆଲର୍ଜି ହେଉଥିବା ଅଭିଯୋଗ କରୁଥିବାର ମଧ୍ୟ ଖବର ରହିଛି ।
୪୦% ଲୋକ ରହିବାକୁ ଚାହୁଁନାହାନ୍ତି ଦିଲ୍ଲୀରେ: ସର୍ଭେ
ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାବେଳେ ଏଠାକାର ୪୦% ପ୍ରତିଶତ ଲୋକ ରାଜଧାନୀରେ ରହିବାକୁ ଚାହୁଁନଥିବାବେଳେ ଅନୂ୍ୟନ ୧୬ ପ୍ରତିଶତ ଲୋକ ସାମୟିକ ସମୟ ପାଇଁ ଅନ୍ୟ ସହରକୁ ପଳାଇବାକୁ ଚାହାନ୍ତି । ‘ଲୋକାଲ ସର୍କଲ’ ପକ୍ଷରୁ କରାଯାଇଥିବା ଏକ ଅନଲାଇନ୍‌ ସର୍ଭେରୁ ଏହା ଜଣାପଡିଛି । ୧୭ହଜାର ଲୋକଙ୍କ ମତାମତ ଉପରେ ପର୍ଯ୍ୟବେଶିତ ଏହି ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ, ଦିଲ୍ଲୀର ୧୩ ପ୍ରତିଶତ ଲୋକଙ୍କ ପାଖରେ କୌଣସି ବିକଳ୍ପ ନାହିଁ, ସେମାନଙ୍କୁ ଯାହା ହେଲେ ବି ସେଠାରେ ହିଁ ରହିବାକୁ ପଡିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*