ବିଶ୍ୱ ମହିଳା ବକ୍ସିଂ : ଭାରତ ପାଇଁ ୪ ପଦକ ନିଶ୍ଚିତ ନିଜ ପାଇଁ ୮ମ ମେଡାଲ ପକ୍କା କରି ରେକର୍ଡ କଲେ ମ୍ୟାରିକମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତର ୪ ଜଣ ବକ୍ସର ସେମି ଫାଇନାଲରେ ପ୍ରବେଶ କରିଯାଇଥିବାରୁ ରୁଷିଆ ଉଲାନ ଉଡେ ଠାରେ ଚାଲିଥିବା ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତ ୪ ପଦକ ପାଇବା ବିଷୟ ନିଶ୍ଚିତ ହୋଇଯାଇଛି । ଯମୁନା ବୋରୋ, ମଞ୍ଜୁରାଣୀ, ମ୍ୟାରିକମ୍‌ ଏବଂ ଲଭଲିନା ଗୁରୁବାର ଦିନ ନିଜନିଜ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଜିତି ଅତି କମ୍‌ରେ ବ୍ରୋଞ୍ଜ ପଦକ ପାଇବା ପକ୍କା କରିଛନ୍ତି । ୬ଥରର ବିଶ୍ୱ ଚମ୍ପିଆନ୍‌ ମ୍ୟାରିକମ୍‌ ମହିଳା ବକ୍ସିଂ ଦୁନିଆରେ ସଫଳତମ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି । କାରଣ ସେ ନିଜର ୮ମ ମେଡାଲ ବିଶ୍ୱ ପ୍ରତିଯୋଗିତାରେ ପାଇବା କରିଛନ୍ତି ନିଶ୍ଚିତ । ଉଲାନ ଉଡେ ଠାରେ ତୃତୀୟ ସିଡ୍‌ ପାଇଥିବା ମ୍ୟାରିକମ ୫୧ କେଜି ବର୍ଗରେ ଗୁରୁବାର ନିଜ କ୍ୱାର୍ଟର ଲଢେଇ କରିଥିଲେ କଲମ୍ବିଆର ଖେଳାଳି ଭାଲେନସିଆଙ୍କ ବିପକ୍ଷରେ । ଅନୁଭବି ମ୍ୟାରିକମ୍‌ଙ୍କ କୌଶଳପୂର୍ଣ୍ଣ ପ୍ରଦର୍ଶନ ତାଙ୍କ ସକାଶେ ୫-୦ର ବିଜୟ ଆଣିଥିଲା । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ପଦକ ଜିତିବା ନିଶ୍ଚିତ କରିପାରିଛି । ହେଲେ ମୁଁ ଫାଇନାଲକୁ ପ୍ରବେଶ କରିବା ପାଇଁ ଏବେ କରିବି ଚେଷ୍ଟା । ସେମିଫାଇନାଲରେ ମୋ ପ୍ରଦର୍ଶନ ଆହୁରି ଭଲ ହେବ ବୋଲି ଲଢେଇ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ୩୬ବର୍ଷିୟା ମ୍ୟାରିକମ । ଶନିବାର ଦିନ ତାଙ୍କର ଲଢେଇ ସେମିଫାଇନାଲରେ ବୁସନେଜଙ୍କ ସହ ହେବ । ମ୍ୟାରିକମ୍‌ଙ୍କ ପାଖରେ ବର୍ତ୍ତମାନ ୬ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ବିଶ୍ୱ ଚମ୍ପିଆନସିପ୍‌ରେ ରହିଛି । ଏହା ସାଙ୍ଗକୁ ଅଲିମ୍ପିକ୍‌ର ବ୍ରୋଞ୍ଜ ମେଡାଲ, ୫ଟି ଏସିଆନ୍‌ ଟାଇଟଲ ଏବଂ ରାଜ୍ୟଗୋଷ୍ଠୀ ତଥା ଏସିଆଡର ସ୍ୱର୍ଣ୍ଣ ମଧ୍ୟ ଅଛି ତାଙ୍କ ପାଖରେ ।
୪୮କେଜି ବର୍ଗରେ ଚମକ୍ରାର ବକ୍ସିଂ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ମଞ୍ଜୁରାଣୀ । କ୍ୱାର୍ଟର ଫାଇନାଲରେ ସେ ଟପ୍‌ ସିଡ୍‌ ଦକ୍ଷିଣକୋରିଆର ଖେଳାଳି କିମଙ୍କୁ ୪-୧ରେ ହରାଇ ପ୍ରବେଶ କରିଛନ୍ତି ସେମିଫାଇନାଲରେ । ମଞ୍ଜୁଙ୍କ ପାଖରୁ ଏପରି ଜୋରଦାର ପ୍ରଦର୍ଶନର ଆଶା ଅନେକ କରୁନଥିଲେ । ହେଲେ ହରିଆନାର ଏହି ଖେଳାଳି ଜଣଙ୍କ ନିଜ ଏକାଗ୍ରତାକୁ ବଜାୟ ରଖି ଟପ୍‌ ସିଡ୍‌ଙ୍କୁ ଦେଇଛନ୍ତି ମାତ୍‌ । ଭାରତର ଯମୁନା ବୋରୋ ମଧ୍ୟ ସେମିରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି । ୫୪କେଜି ବର୍ଗରେ ବେଲାରୁଷର ଖେଳାଳି ୟୁଲିଆଙ୍କୁ ସେ ୪-୧ରେ ହରାଇଥିଲେ । ଶନିବାର ଦିନ ଫାଇନାଲରେ ପ୍ରବେଶ ପାଇଁ ଲଢିବେ ଯମୁନା । ସେହିପରି ୬୯ କେଜି ବର୍ଗରେ ଭାରତର ଲଭଲିନା ଦମଦାର ପ୍ରଦର୍ଶନ କରି ପୋଲାନ୍ଦର ଖେଳାଳି କାରୋଲିନାଙ୍କୁ ୪-୧ରେ ହରାଇ ସେମିରେ ପ୍ରବେଶ କରିଯାଇ ଆଉ ଏକ ବ୍ରୋଞ୍ଜ ପଦକ ଆସିବା ବାଟ ଖୋଲିଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*