ବିଶ୍ୱ ଧନୀକ ତାଲିକାରେ ମୁକେଶ ୧୩ନମ୍ବର ଅନୀଲଙ୍କଠାରୁ ବହୁ ଆଗରେ ଆଚାର୍ଯ୍ୟ ବାଳକୃଷ୍ଣନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ବିଶ୍ୱର ଟପ୍‌ ଧନୀକ ତାଲିକା ଜାରି ହୋଇଛି । ଏହି ତାଲିକାରେ ଅନେକ ଭାରତୀୟ ସାମିଲ ହୋଇଛନ୍ତି । ତେବେ ରିଲାଏନ୍ସ ଇଷ୍ଟଷ୍ଟି୍ରଜ୍‌ର ମାଲିକ ମୁକେଶ ଅମ୍ବାନୀ ଭାରତୀୟଙ୍କ ତାଲିକାରେ ସବୁଠୁ ଆଗରେ ଅଛନ୍ତି । ସେ ଫୋବର୍ସର ଏହି ତାଲିକାରେ ୧୩ ନମ୍ବର ସ୍ଥାନରେ ରହିଥିଲାବେଳେ ତାଙ୍କ ଭାଇ ଅନୀଲ ଅମ୍ବାନୀ ଟପ୍‌ ଏକ ହଜାର ଭିତରେ ସ୍ଥାନ ପାଇନାହାନ୍ତି । ଆଉ ୨୦୧୮ରେ ଭାରତର ୫ମ ଶ୍ରେଷ୍ଠ ଧନୀକ ଥିବା ପତଞ୍ଜଳିର ଆଚାର୍ଯ୍ୟ ବାଳକି୍ରଷ୍ଣନ୍‌ ରହିଛନ୍ତି ୩୬୫ତମ ସ୍ଥାନରେ । ମୁକେଶଙ୍କ ସମ୍ପତି ପରିମାଣ ରହିଛି ୨୨୨.୬ବିଲିୟନ ଡଲାର ।
ଗତବର୍ଷ ଫୋବର୍ସର ଏହି ଧନୀକ ତାଲିକାରେ ୧୯ନମ୍ବର ସ୍ଥାନରେ ଥିଲେ ମୁକେଶ । ଏଥର ଆଉ ୬ପାଦ ଆଗକୁ ବଢିଛନ୍ତି । ୨୦୧୭ରେ ତାଙ୍କ ସ୍ଥାନ ୩୩ରେ ରହିଥିଲା । ତାଲିକାର ଟପରେ ଆମାଜନର ମୁଖ୍ୟ ଜେଫ୍‌ ବୋଜେସ୍‌ ରହିଛନ୍ତି । ତାଲିକାରେ ଅନ୍ୟ ଭାରତୀୟମାନଙ୍କ ମଧ୍ୟରେ ଅଛନ୍ତି ୱିପ୍ରୋର ଆଜମୀ ପ୍ରେମଜୀ । ପ୍ରେମଜୀଙ୍କ ମୋଟ ସମ୍ପତି ୨୨.୬ବିଲିୟନ ଡଲାର ଥିଲାବେଳେ ୩୬ତମ ସ୍ଥାନରେ ରହିଛନ୍ତି । ସେହିପରି ଶିବନାଦର ୧୪.୬ବିଲିୟନ ଡଲାର ସହ ୮୬ତମ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ତାଲିକାରେ ଲକ୍ଷ୍ମୀ ମିତ୍ତଲ, ଉଦୟ କୋଟାକ୍‌, କୁମାର ମଙ୍ଗଳମ୍‌ ବିର୍ଲା, ସାଇରସ୍‌ ପୁନାୱାଲା, ଗୌତମ ଆଦାନୀ, ଦିଲୀପ ସାଙ୍ଗଭୀ, ସୁନୀଲ ମିତ୍ତଲ, ସାବିତ୍ର ଜିନ୍ଦଲ ରହିଛନ୍ତି । ବିଶ୍ୱର ଏହି ଶ୍ରେଷ୍ଠ ଧନୀକ ତାଲିକାରେ ଟପ୍‌ ୨୦ଭିତରେ କେବଳ ଏକମାତ୍ର ଭାରତୀୟ ଭାବେ ମୁକେଶ ରହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*